ଅନୁଗୁଳ ଯାଇପାରିବେନି ଗଂଜାମ ଓ ଯାଜପୁର ଜିଲ୍ଲା ବାସିନ୍ଦା
ଅନୁଗୁଳ:-ଅନୁଗୁଳ ଯାଇପାରିବେନି ଗଂଜାମ ଓ ଯାଜପୁର ଜିଲ୍ଲା ବାସିନ୍ଦା । ଏନେଇ ନି ର୍ଦ୍ଦେଶନାମା ଜାରି କରିଛନ୍ତି ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି । ନିୟମ ଉଲଂଘନ କଲେ ରହିବାକୁ ପଡିବ ୧୪ ଦିନିଆ କ୍ୱାରେଂଟିନରେ । ଅନୁଗୁଳ ଜିଲ୍ଲାରେ ଏହା ମଧ୍ୟରେ ଆକ୍ରାନ୍ତ ସଂଖ୍ୟା ୧୨୨ରେ ପହଁଚିଗଲାଣି । ତେବେ ଅଧିକାଂଶ ଆକ୍ରାନ୍ତ ଗଂଜାମ ଓ ଯାଜପୁର ଫେରନ୍ତା ବୋଲି ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତି ନେଇଛି ।ସେପଟେ, ସୁନ୍ଦରଗଡରେ ସାପ୍ତାହିକ ୨ ଦିନିଆ ସଟଡାଉନ୍ ଲାଗୁ ହୋଇଛି । ପୁରା ସୁନ୍ଦରଗଡ ପୌରପାଳିକାରେ ଏହି କଟକଣା ଲାଗୁ ହୋଇଛି । ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧୬ରେ ପହଁଚିବା ପରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ରାଉରକେଲା ସହର ଓ କଲୁଙ୍ଗା ଶିଳ୍ପାଂଚଳକୁ ଆସନ୍ତା ୩୧ ତାରିଖ ଯାଏଁ ସାପ୍ତାହିକ ସଟଡାଉନ୍ ଘୋଷଣା କରିଛନ୍ତି । ସୁନ୍ଦରଗଡ ପୌରାଂଚଳରେ ଆସନ୍ତା ୧୩ ରୁ ୩୧ ତାରିଖ ଯାଏଁ କେବଳ ସକାଳ ୬ ଟାରୁ ଦିନ ୨ଟା ଯାଏଁ ଦୋକାନ ବଜାର ଖୋଲାରହିବ । କଟକଣା କାରଣରୁ ଗାଡିମୋଟର ଚଳାଚଳ ଉପରେ ନିଷେଧାଦେଶ ରହିଛି ।