କରୋନା ନେଲା ଆଉ ୫ ଜୀବନ
ଭୁବନେଶ୍ୱର;-ଆଜି ରାଜ୍ୟରେ ୫୭୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏମାନଙ୍କ ଭିତରୁ ୨ ଜଣ ମୃତକ ଗଞ୍ଜାମ ଜିଲ୍ଲାର, କଟକ ଓ ପୁରୀ ଜିଲ୍ଲାର ଜଣେ ଲେଖାଏଁ ଓ ଭୁବନେଶ୍ୱରର ଜଣେ ଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୧ରେ ପହଞ୍ଚିଛି ।ପୁରୀ ଜିଲ୍ଲାର ୭୦ ବର୍ଷିୟ ବୃଦ୍ଧ ଓ କଟକ ଜିଲ୍ଲାର ୪୬ ବର୍ଷିୟ ବ୍ୟକ୍ତି ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ । ସେହିପରି ଗଞ୍ଜାମର ଜଣେ ୭୨ ବର୍ଷିୟ ବୃଦ୍ଧ ମଧୁମେହରେ ପୀଡ଼ିତ ଥିଲେ । ଅନ୍ୟ ଜଣେ ମୃତକଙ୍କର ବୟସ ୫୫ ବର୍ଷ ବୋଲି ଏଥିରେ ଦର୍ଶାଯାଇଛି । ଭୁବନେଶ୍ୱରର ଯେଉଁ ୫୬ ବର୍ଷୀୟା ମହିଳାଙ୍କର କରୋନାରେ ମୃତ୍ୟୁ ଘଟିଛି ସେ ବି ମଧୁମେହରେ ପୀଡ଼ିତ ଥିଲେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।