କରୋନା ମାଡ ଯୋଗୁଁ ପରିଵା ଵିକିଲେ ଆଇନଜୀବୀ

କଟକ – କରୋନା ମାଡ ଯୋଗୁଁ ପରିଵା ଵିକିଲେ ଆଇନଜୀବୀ।କରୋନା କଟକଣା ଯୋଗୁଁ ପ୍ରାୟ ତିନି ମାସ ହେଵ ଆଇନଜୀବୀ ମାନଙ୍କ ରୋଜଗାର ଵନ୍ଦ।ଏପରି ପରିସ୍ଥିତିରେ ଓକିଲ ମାନଙ୍କୁ କର୍ପସ୍ ଫଣ୍ଡରୁ ଆର୍ଥିକ ସହାୟତା ଦେଵା ପାଇଁ ଦାଵି ହୋଇଥିଲେ ମଧ୍ୟ ରାଜ୍ୟ ଵାର୍ କାଉନସିଲ ଓ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି ।ସେପଟେ ଆଡଭୋକେଟ ଜେନେରାଲ କହିଛନ୍ତି ଏ ପ୍ରସଙ୍ଗ ଏଵେ ରାଜ୍ୟ ଵାର୍ କାନସିଲର ବିଚାରାଧୀନ ଅଛି।

ହାଇକୋର୍ଟର ଆଇନଜୀବୀ ଵିକିଲେ ପରିଵା। ଆଜି ହାଇକୋର୍ଟର ପାର୍କିଂ ଲଟ୍ ସାମ୍ନାରେ ଦେଖିଵାକୁ ମିଳିଥିଲା ଏମିତି ଦୃଶ୍ୟ।କରୋନା କଟକଣା ଯୋଗୁଁ ଓକିଲ ମାନଙ୍କର ରୋଜଗାର ଠପ୍ ହୋଇଯାଇଛି।ହାଇକୋର୍ଟ ଠୁ ଆରମ୍ଭ କରି ତଳ କୋର୍ଟର ଆଇନଜୀବୀ ମାନେ ପ୍ରାୟ ତିନି ମାସ ହେଵ ଵିନା ରଜଗାରରେ ଵସି ରହିଛନ୍ତି।ଏପରିସ୍ତଳେ ଆଇନଜୀବୀ ମାନଙ୍କ ପାଇଁ ଥିବା କର୍ପସ୍ ଫଣ୍ଡରୁ ଓକିଲ ମାନଙ୍କୁ ଆର୍ଥିକ ସହାୟତା ଦେଵା ପାଇଁ ରାଜ୍ୟ ଵାର୍ କାଉନସିଲ ପାଖରେ ଦାବି ଉପସ୍ଥାପିତ ହୋଇଛି।ମାତ୍ର ଏଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ।ତେଣୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଆଜି କିଛି ଆଇନଜୀବୀ ଏପରି ପନ୍ଥା ଵାଛିଛନ୍ତି।

Leave a Reply

Your email address will not be published. Required fields are marked *