ଭାରତ ପରେ ଏବେ ଅଷ୍ଟ୍ରେଲିଆରେ ବ୍ୟାନ୍ ହେବ ମନୋରଞ୍ଜନ ଆପ୍ ଟିକ୍ଟକ୍
ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟରେ ପ୍ରକାଶିତ ଏକ ଖବର ଅନୁଯାୟୀ ଏବେ ଭାରତ ପରେ ଅଷ୍ଟ୍ରେଲିଆରେ ମଧ୍ୟ ଟିକ୍ଟକ୍କୁ ବ୍ୟାନ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହା ଏକ ଚାଇନା ଆପ୍ ହୋଇଥିବା ବେଳେ ଏଥିରେ ଡାଟା ଚୋରି ହେବାର ସମ୍ଭାବନା ଥିବାରୁ କେତେଜଣ ଅଷ୍ଟ୍ରେଲିୟାନ୍ ଲେଜିସ୍ଲେଟର ଏହି ଆପ୍କୁ ବ୍ୟାନ କରିବାକୁ ପ୍ରସ୍ତାବ ଦେଇଥିବା ଏହି ରିପୋର୍ଟରୁ ଜଣାପଡ଼ିଛି । ତେବେ ଟିକ୍ଟକ୍ ମାଲିକ ଏବେ ପର୍ଯ୍ୟନ୍ତ କହି ଆସୁଛନ୍ତି ଯେ ସମସ୍ତ ଡାଟା ଆମେରିକା ଓ ସିଙ୍ଗାପୁର ସର୍ଭରରେ ଷ୍ଟୋର ହେଉଛି । ମାତ୍ର ଏହାକୁ ଯେ ଚାଇନା ସରକାର ନେଇ ନ ପାରିବେ ତାହା ଚିନ୍ତା କରିବା ସମ୍ପୂର୍ଣ୍ଣ ବୋକାମୀ । ସୂଚନାଯୋଗ୍ୟ, ସୁରକ୍ଷା ଦୃଷ୍ଟିରୁ ନିକଟରେ ଭାରତ ପ୍ରାୟ ୫୯ ଚାଇନା ଆପକୁ ବ୍ୟାନ କରିଥିବା ବେଳେ ଏବେ ଅନ୍ୟାନ ଦେଶ ମଧ୍ୟ ଚାଇନା ଉପରେ ସନ୍ଦେହ ପ୍ରକାଶ କରି ଚୀନ୍ ସାମଗ୍ରୀ ବର୍ଜନ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାରେ ଲାଗିପଡ଼ିଛନ୍ତି ।










