ବିକାଶ ଦୁବେକୁ କାବୁ କରିଥିଲେ ଏହି ଲେଡି ସିଂଙ୍ଘମ

ଉଜୈନ:- ବିକାଶ ଦୁବେ ଗିରଫ ମାମଲାରେ ମହାକାଳ ମନ୍ଦିରର ସୁରକ୍ଷା ଅଧିକାରୀ ରୁବି ଯାଦବ କରିଛନ୍ତି ବଡ ଖୁଲାସା। ଲେଡି ସିଂଘମ କହିଛନ୍ତି ସକାଳ ୭ଟା୧୫ ମିନିଟରେ ତାଙ୍କ ଟିମ୍ ରାଉଣ୍ଡରେ ଥିଲା ସେତେବେଳେ ତାଙ୍କୁ ସୂଚନା ମିଳିଥିଲା ଏକ ଫୁଲବାଲା ବିକାଶ ଦୁବେ ଭଳି ସନ୍ଦିଗ୍ଓକୁ ଦେଖିଛି। ଫୁଲବାଲା ଜଣକ ଆମ ଟିମକୁ କଲ୍ କରିଥିଲା। ପରେ ମୁଁ ନିଜ ଟିମକୁ କହିଥିଲି ଯେଉଁ ପର୍ଯ୍ୟନ୍ତ ଆମେ କନଫର୍ମ ନୁହେଁ ସେ ପର୍ଯ୍ୟନ୍ତ ତାଙ୍କୁ ଧରି ହେବନି। ବିକାଶ ଦୁବେ ବାହାରେ ବୁଲୁଥିଲା ଓ କିଛି ବି କରିପାରିଥାନ୍ତା। ଏହାପରେ ଆମର ଟିମ୍ ତା’ର ପିଛା କରିଥିଲା। ସେ ୨୫୦ ଟଙ୍କାର ଟିକେଟ ନେଇଥିଲା ଓ ଶଙ୍ଖଦ୍ବାରାରୁ ଏଣ୍ଟ୍ରି କରିଥିଲା। ସେ ପର୍ଯ୍ୟନ୍ତ ଆମର ଟିମ୍ ତାଙ୍କ ଉପରେ କୌଣସି ରିଆକ୍ସନ ନେଇନଥିଲା।

ଏହାପରେ ମୁଁ ନିଜର ସିକ୍ୟୁରିଟି ଗାର୍ଡକୁ ଫଟୋ ପଠାଇବାକୁ କହିଥିଲି। ଯେଉଁ ଫଟୋ ମୋ ପାଖକୁ ଆସିଥିଲା, ସେ ତାଙ୍କୁ ଅଲଗା ଭାବରେ ବଦଳାଇ ଥିଲେ। ସେ ମୁଣ୍ଡର କେଶକୁ ଛୋଟ କରିକି ରଖିଥିଲା ଚଷମା ଓ ମାସ୍କ ଲଗାଇକି ରଖିଥିଲା ଓ ପତଳାବି ଜଣାପଡୁଥିଲା। ମୁହଁ ଦେଖି ତାକୁ ଚିହ୍ନିବା କଷ୍ଟକର ହୋଇପଡିଥିଲା। ମୁଁ ନିଜର ଟିମକୁ ନଜର ରଖିବାକୁ କହିଥିଲି। ଯେତେ ସମୟ ପର୍ଯ୍ୟନ୍ତ ସେ ମନ୍ଦିରରେ ଦର୍ଶନ କରୁଥିଲା ସେ ପର୍ଯ୍ୟନ୍ତ ମୁଁ ଗୁଗୁଲରେ ତା’ର ଫଟୋ ଖୋଜୁଥିଲି। ଫଟୋରେ ମୁଁ ତା ମୁଣ୍ଡରେ  ଏକ କ୍ଷତି ଚିହ୍ନ ଦେଖଥିଲି। ମୋର ଗାର୍ଡ ଯେଉଁ ଫଟୋ ପଠାଇଥିଲେ ତାହା ଜୁମ୍ କରିକି ଦେଖିବା ପରେ ମୁଣ୍ଡରେ କ୍ଷତ ଚିହ୍ନ ଥିଲା। ଏହାପରେ ମୁଁ କନଫର୍ମ ହୋଇଯାଇଥିଲି ସେ ବିକାଶ ଦୁବେ। ମୁଁ ମୋ ଟିମରେ କାହାକୁ କହିନଥିଲି, କାରଣ ସେମାନେ ଭୟଭୀତ ହୋଇଯାଇଥାନ୍ତେ।

ଏହାପରେ ଏସପି ସାରଙ୍କୁ ଫୋନ୍ କରି ସୂଚନା ଦେଲି। ପରେ ମୁଁ ନିଜର ସୁରକ୍ଷାକର୍ମୀ କହିଥିଲି ଆପଣ ଲଡ୍ଡୁ କାଉଣ୍ଟରରେ ତାକୁ ବସାନ୍ତୁ ଯେପରି ସନ୍ଦେହ କରିନପାରିବ।  ଆମେ ତାକୁ ସେଇଠୁ ନଜର ରଖିପାରିବା। ମୁଁ ସୁରକ୍ଷାକର୍ମୀଙ୍କୁ କହିଥିଲି ତାକୁ ଆଇଡି କାର୍ଡ ବିଷୟରେ ପଚାରିବା ସହ ଅନ୍ୟ କଥା କୁହ। ତାକୁ ଯେତେବେଳେ ତା’ର ନଁ ପଚରାଯାଇଥିଲା ସେ ଶୁଭମ୍ ବୋଲି କହିଥିଲା ଓ ପକେଟରୁ ଆଇଡି କାର୍ଡ ବାହାର କଲା। ଏହି ଆଇକାର୍ଡରେ ତା’ର ନାଁ ନବୀନ ପାଲ୍ ଥିଲା। ସେ ନକଲି ଆଇକାର୍ଡ ଧରି ଦବଙ୍ଗ ଭଳି ବୁଲୁଥିଲା।

ରୁବି ଯାଦବ କହିଛନ୍ତି, ସେ ମନ୍ଦିରରେ ହିଁ ନିଜର ନାଁ କହିଦେଇଥିଲା। ଏହି ସମୟରେ ସେ ଆମର ଜଣେ ଗାର୍ଡକୁ ମାଡ ମାରି ନେମ୍ ପ୍ଲେଟ ଓ ତାଙ୍କର ହାତଘଣ୍ଟା ଭାଙ୍ଗିଦେଇଥିଲା ବିକାଶ ଦୁବେ। ତା ଭିତରେ କୌଣସି ଭୟ ନଥିଲା। ଅଳ୍ପ ସମୟ ପରେ ଏସପି ଓ ଏରିଆର ପୋଳିସ ସେଠାରେ ପହଁଞ୍ଚି ତାକୁ ଗିରଫ କରିଥିଲେ।

Leave a Reply

Your email address will not be published. Required fields are marked *