ନେପାଳରେ ଭାରତୀୟ ଟିଭି ନ୍ୟୁଜ୍‌ ଚ୍ୟାନେଲ୍‌ ବନ୍ଦ

କାଠମାଣ୍ଡୁ – ନେପାଳ ଓ ଭାରତ ମଧ୍ୟରେ ମତାନ୍ତର ବୃଦ୍ଧି ପାଇବାକୁ ଲାଗିଛି। ନେପାଳ ସରକାର ସୀମା ବିବାଦ ଆରମ୍ଭ କରିଥିବା ବେଳେ ଏବେ ସେଠାରେ ଭାରତୀୟ ନ୍ୟୁଜ୍‌ ଚ୍ୟାନେଲ୍କୁ ବନ୍ଦ କରାଯାଇଛି । କେବଳ ଦୂରଦର୍ଶନକୁ ଛାଡିଦେଲେ ସେଠାରେ ଅନ୍ୟ ଭାରତୀୟ ନ୍ୟୁଜ୍‌ ଚ୍ୟାନେଲ୍‌ ପ୍ରସାରଣ କରାଯିବ ନାହିଁ ବୋଲି ନେପାଳ କେବୁଲ୍‌ ଟିଭ୍‌ ଅପରେଟର ସଂଘ ସୂଚନା ଦେଇଛି । ଭାରତୀୟ ଟିଭି ନ୍ୟୁଜ୍‌ ଚ୍ୟାନେଲ୍‌ ନେପାଳ ସରକାରଙ୍କ ବିରୋଧରେ ଖବର ପ୍ରସାରଣ କରୁଥିବା ସେଠାକାରେ କେବଲ ଅପରେଟର ସଂଘ କହିଛି ।

ଗୁରୁବାର ରାତି ସୁଦ୍ଧା ସମସ୍ତ ନ୍ୟୁଜ୍‌ ଚ୍ୟାନେଲ୍‌କୁ ବନ୍ଦ କରାଯିବା ପାଇଁ ନେପାଳରେ ନିଷ୍ପତ୍ତି ନିଆଯାଇଛି । ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କର ଚୀନ୍‌ ସହ ସମ୍ପର୍କ ଓ ଚୀନ୍‌ ଦୂତାବାସ ଏବେ ନେପାଳର କ୍ଷମତା ବିଷୟରେ ମୁଣ୍ଡ ପୁରାଉଥିବା ନେଇ ଖବର ପ୍ରସାରିତ କରୁଥିବା ନେପାଳ ପକ୍ଷରୁ ଅଭିଯୋଗ କରାଯାଇଥିଲା ।

ମାତ୍ର ନେପାଳ ସରକାର ଏ ନେଇ କୌଣସି ବିଜ୍ଞପ୍ତି ଜାରି କରି ନାହାନ୍ତି । ନେପାଳ ଏବେ ଚୀନ୍‌ ସହ ମିଶି ଭାରତୀୟ ଅଞ୍ଚଳକୁ ନିଜର ବୋଲି ଦାବି କରୁଛି । ଏହା ରହ ସଂସଦରେ ନୂଆ ମାନଚିତ୍ର ପାସ୍‌ କରିଛି ।

ସୂଚନାଯୋଗ୍ୟ ଭାରତ ସରକାର ଷଡଯନ୍ତ୍ର କରି ମୋ ସରକାରକୁ ଭାଙ୍ଗିବାକୁ ଚାହୁଛି , ଏଭଳି ଏକ ଅଭିଯୋଗ ଆଣିଛନ୍ତି ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି। ରବିବାର ଏକ କାର୍ଯ୍ୟକ୍ରମରେ ଓଲି କହିଛନ୍ତି, ନୂଆଦିଲ୍ଲୀର ଗଣମାଧ୍ୟମରେ ହେଉଥିବା ଆଲୋଚନା, କାଠମାଣ୍ଡୁ ସ୍ଥିତ ଭାରତୀୟ ଦୂତାବାସର ସକ୍ରିୟତା ଓ ହୋଟେଲରେ ହେଉଥିବା ଗତିବିଧିକୁ ଦେଖୁଛି। ଭାରତର ପୁରା ସିଷ୍ଟମ ଲାଗିପଡିଛି ମୋର ସରକାରକୁ ଭାଙ୍ଗିବାକୁ।

ଓଲି ଆହୁରି ଏକ ଗମ୍ଭୀର ଅଭିଯୋଗ ଆଣି କହିଛନ୍ତି, ଏହି ପୂର୍ବରୁ ଯେତେବେଳେ ସେ ନିଜର ଗତ କାର୍ଯ୍ୟକାଳରେ ଚୀନ୍ ସହ ବାଣିଜ୍ୟ ଓ ଟ୍ରାଞ୍ଜିଟ୍ ଚୁକ୍ତି ଉପରେ ସ୍ବାକ୍ଷର କରିଥିଲେ, ତାଙ୍କ ସରକାର ଭାଙ୍ଗି ଦିଆଯାଇଥିଲା। କିନ୍ତୁ ଏବେ ତାଙ୍କ ସରକାରରେ ସଂଖ୍ୟା ଗରିଷ୍ଠତା ରହିଛି ବୋଲି ସେ କହିଛନ୍ତି। ଉଲ୍ଳେଖନୀୟ ଯେ, ସେତେବେଳେ କେପି ଓଲିଙ୍କ ମେଣ୍ଟ ପ୍ରଚଣ୍ଡ ସହିତ ଥିଲା ଓ ପ୍ରଚଣ୍ଡ ନିଜର ସମର୍ଥନ ଫେରାଇ ନେଇଥିଲେ, ତେଣୁ ତାଙ୍କର ସରକାର ଭାଙ୍ଗି ଯାଇଥିଲା।

ଓଲି କହିଛନ୍ତି ନେପାଳ ଏପର୍ଯ୍ୟନ୍ତ କେବଳ ଭାରତର ଆଶ୍ରିତ ଥିଲା। ଆମେ କହିବାକୁ କେବଳ ୩ ଆଡୁ ଭାରତ ଦ୍ବାରା ଘେରି ହୋଇ ରହିଥିଲୁ, କିନ୍ତୁ ପ୍ରକୃତରେ ଚାରିଆଡୁ ଘେରି ହୋଇ ରହିଥିବାର ଲାଗୁଛି। ନେପାଳ ଭାରତ ଆଶ୍ରିତ ଦେଶ ଥିଲା, ଯେଉଁଥିପାଇଁ ମୁଁ ଚୀନ ପାଇଁ ଦ୍ବାର ଖୋଳି ଦେଇଛି। ନେପାଳର ଭୂମି ଉପରେ ଭାରତର କବଜା ରହିଛି।

Leave a Reply

Your email address will not be published. Required fields are marked *