ଘରମାଲିକଙ୍କ ଉତ୍ପାତ, ସ୍ୱାମୀ ଘରେ ରହୁଁ ନଥିବାର ସୁଯୋଗ ନେଇ ମହିଳାଙ୍କୁ କରୁଛନ୍ତି ଅସଦାଚର

ଭୁବନେଶ୍ୱର:-ରାଜଧାନୀରେ ଏବେ ଘର ମାଲିକଙ୍କ ଉତ୍ପାତ ଦିନକୁ ଦିନ ବଢ଼ିବାରେ ଲାଗିଛି। ସେମାନେ ଘର ଭଡା ଆଳରେ ଭଡାଟିଆମାଙ୍କୁ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦେଉଛନ୍ତି। ଏପରିକି ଯଦି ଘରେ ମହିଳା ଏକୁଟିଆ ରହୁଛନ୍ତି ତେବେ ମାଲିକ ଭଡା ମାଗିବା ଆଳରେ ଅସଦାଚରଣ କରୁଛନ୍ତି। ଭଡ଼ା ବଦଳରେ ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ପାଇଁ ଚାପ ପକାଉଛନ୍ତି । ଏହିଭଳି ଏକ ଘଟଣା ଚନ୍ଦ୍ରଶେଖରପୁର ଥାନା ଡମଣା ଗ୍ରାମରେ ଦେଖିବାକୁ ମିଳିଛି। ଘର ମାଲିକଙ୍କ ଘରେ ଭଡାକୁ ରହୁଥିବା ଜଣେ ମହିଳାଙ୍କୁ ଏକଲା ରହୁଥିବା ଦେଖି ସେ ଅସଦାଚରଣ କରିଛନ୍ତି। ଏନେଇ ମହିଳା ଜଣଙ୍କ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳିନି। ପୋଲିସ ଘରମାଳିକଙ୍କ ଠାରୁ ପକେଟ ଗରମ କରି ମାମଲାକୁ ଚାପି ଦେଇଛନ୍ତି। ଶେଷରେ ମହିଳା ଜଣଙ୍କ ନ୍ୟାୟ ପାଇଁ  ପୋଲିସ କମିଶନର,ମହିଳା କମିଶନରେ ଅଭିଯୋଗ କରିଛନ୍ତି। ତାଙ୍କୁ ସେଠାରୁ ନ୍ୟାୟ ମିଳିବ ବୋଲି ସେ ଆଶା ରଖିଛନ୍ତି।
ଅଭିଯୋଗ ଅନୁଯାୟୀ, ମହିଳାଙ୍କ ସ୍ୱାମୀ ଉମାକାନ୍ତ ମିଶ୍ର ମୁବାଇରେ ରହି ଚାକିିିରି କରୁଥିବା ବେଳେ ତାଙ୍କ ସ୍ତ୍ରୀ ଡ଼ମଣା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଭଡ଼ାକୁ 2019 ଅଗଷ୍ଟ ମାସରୁ ରହୁଛନ୍ତି। ହେଲେ ସ୍ୱାମୀ ଉମାକାନ୍ତ ମାସକୁ ମାସ ଘର ମାଲିକଙ୍କ ଆକାଉଣ୍ଟକୁ ଟଙ୍କା ପଠାନ୍ତି। କିନ୍ତୁ ଘର ମାଲିକଙ୍କ ମନରେ କିଛି ପାପ ଦୃଷ୍ଟି ଥିଲା। ମହିଳା ଛୋଟ ଝିଅକୁ  ନେଇ ରହୁଥିବାରୁ ଘର ମାଲିକ ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲେ। ମହିଳା ଘରେ ଥିବାବେଳେ ବିନା କଲିଂବେଲରେ ମାାଲିକ  ଘର ଭିତରକୁ ପଶି ଯାଉଥିଲେ। ମହିଳା ଜଣଙ୍କ ଏହାକୁ ବିରୋଧ କରିଲେ ମଧ୍ୟ ମାଲିକ ତାଙ୍କୁ ଧମକାଉଥିଲେ। ଏପରିକି ଘରକୁ ବହୁତ ପୁରୁଷ ଲୋକେ ଆସୁଥିବା ନେଇ ମୁବାଇରେ ରହୁଥିବା ସ୍ଵାମୀଙ୍କୁ କହିଦେବେ ବୋଲି ଧମକ

ଦେଉଛନ୍ତି । ଅନେକ ସମୟରେ ତାଙ୍କ ହାତ ଧରି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ଦିନକୁ ଦିନ ଘର ମାଲିକଙ୍କ ଉତ୍ପାତ  ବଢ଼ିବାରେ ଲାଗିଲା । ଏନେଇ ମହିଳା ଜଣଙ୍କ ସ୍ଵାମୀଙ୍କୁ କହିଲେ। ସ୍ୱାମୀ ଉମାକାନ୍ତ ମାଲିକଙ୍କୁ ପଚାରିଥିଲେ ମଧ୍ୟ ସେ ଘରୁ ବାହାରିଯିବାକୁ ଧମକାଇଥିଲେ। ମଝିରେ ମହିଳା ଜଣଙ୍କ ଗାଁକୁ ଯାଇଥିଲେ। ଏହି ସମୟରେ ଘର ମାଲିକ ମହିଳା ରହୁଥିବା ଘରର ତାଲା ତାଡି ଘର ଭିତରକୁ ପଶି ଅନେକ ସାମଗ୍ରୀ ଲୁଟି ନେଇଥିଲେ । ମହିଳା ଗାଁରୁ ଫରିବା ପରେ ଘର ତାଲା ଭଙ୍ଗାଯାଇ ଲୁଟ ହୋଇଥିବା ଜାଣି ଘର ମାଲିକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଭଡା ଘରକୁ ଆସି ତଦନ୍ତ କରି ଯାଇଥିଲା। ଏହାପରେ ମାଲିକ ଏସବୁ ସାମଗ୍ରୀ ନେଇଥିବା ମାନିବା ସହ ପୋଲିସ ଉପସ୍ଥିତରେ ଫେରାଇଥିଲେ। କିନ୍ତୁ ଘର ମାଲିକଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିବା ବଦଳରେ ଘଣ୍ଟ ଘୋଡାଇଥିଲା। ମହିଳା ଏବଂ ତାଙ୍କ ସ୍ୱାମୀ ଥାନାକୁ ଦୌଡ଼ି ଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳି ନ ଥିଲା। ପୋଲିସ ଉକ୍ତ ଘରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କଲେ ସବୁ ସତ ପଦାକୁ ଆସିବ ବୋଲି ମହିଳା ଦାବି କରିଛନ୍ତି।
ଏଠାରେ ପ୍ରଶ୍ନ ଉଠୁଛି ସରକାର କରିଥିବା ମୋ ସରକାର ଯୋଜନା କାହା ପାଇଁ । ଜଣେ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ତାଙ୍କୁ ନ୍ୟାୟ ଦେବା ବଦଳରେ ଚୁପ ବସିଛି। ପୋଲିସ ମହିିଳାଙ୍କ କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ଫୁର କରି ଦେଇଛି। ମହିଳା ଆଣୁଥିବା ଅଭିଯୋଗକୁ ରହି 24 ଘଣ୍ଟା ଭିତରେ ମାମଲା ରୁଜୁ କରି ଅଭିଯୋଗକାରୀଙ୍କୁ ଏତଲା କପି ଦେବାକୁ ନିୟମ ରହିଛି। ହେଲେ ଏହି ମହିଳାଙ୍କ କ୍ଷେତ୍ରରେ ପୋଲିସ କୋଟଙ୍କ ନିର୍ଦେଶକୁ ଅବମାନନା କରିଥିବା ଆଇନଜୀବୀ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *