ଯୁବତୀଙ୍କୁ ଅଶ୍ଳୀଳ ମେସେଜ୍‌ ଦେବା ଘଟଣା : ୫ ଜଣଙ୍କ ଦରମା ବନ୍ଦ କରିଦେଲେ

ଭୁବନେଶ୍ୱର:-ଯୁବତୀଙ୍କୁ ଅଶ୍ଳୀଳ ମେସେଜ୍‌ ଓ ଭିଡିଓ ପଠାଇ ଫସିଥିବା ଓଏଏସ ବାବୁଙ୍କ ଖବର ଏବେ ନୂଆ ମୋଡ଼ ନେଇଛି । ଅଭିଯୁକ୍ତ ବରିଷ୍ଠ ଓଏଏସ୍‌ ଅଫିସ୍‌ର ବିଭୁ ପ୍ରସାଦ ଷଡ଼ଙ୍ଗୀ ଏତଲାକାରୀ ଯୁବତୀ ଓ ତାଙ୍କୁ ସହଯୋଗ କରିଥିବା ଅନ୍ୟ ୪ ଜଣଙ୍କ ଦରମା ବନ୍ଦ କରି ଦେଇଛନ୍ତି । ସେପଟେ ମହିଳା ଥାନା ପୁଲିସ୍‌ ମଙ୍ଗଳବାର ଯୁବତୀଙ୍କ ବୟାନ ରେକର୍ଡ କରିଛି । ଶ୍ରୀ ଷଡଙ୍ଗୀଙ୍କୁ ଧରିବା ପାଇଁ ମହିଳା ଥାନା ପୁଲିସ୍‌ ବିଭିନ୍ନ ଆଡେ ଚଢ଼ଉ କରି ଲେ୍‌ ମାରିଛି । ଶ୍ରୀ ଷଡ଼ଙ୍ଗୀ ୋନ ସ୍ୱିଚ ଅକରି ରୋର ହୋଇଯାଇଛନ୍ତି ବୋଲି ପୁଲିସ ସୂଚନା ଦେଇଛି ।

ସେପଟେ ଶ୍ରୀ ଷଡଙ୍ଗୀ ମେଲ୍‌ ଜରିଆରେ ମହିଳା ଥାନାରେ ଯୁବତୀ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ବିରୋଧରେ ୨ ପୃଷ୍ଠାର ପାଲଟା ଏତଲା ଦେଇଛନ୍ତି । ଉକ୍ତ ମେଲ୍‌ରେ ଶ୍ରୀ ଷଡଙ୍ଗୀ ଉଲ୍ଲେଖ କହିଛନ୍ତି, ଯେଉଁ ନମ୍ବରରେ ଅଶ୍ଳୀଳ ମେସେଜ୍‌ ଯାଇଛି ସେ ନମ୍ବର ମୋର ନୁହେଁ । ଅଡିଓ ବି ମୋର ନୁହେଁ । ଏମାନେ ଭୁଲ୍‌ କାଗଜପତ୍ର ଦେଇ ଅିସରେ ଚାକିରି କରିଥିଲେ । ମୁଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାରୁ ଏମାନେ ମୋ ବିରୋଧରେ ଷଡ଼ଯନ୍ତ୍ର କରିଛନ୍ତି । ହ୍ୱାଟ୍ସଆପ୍‌ ଓ ଅଡିଓରେନ୍ସିକ୍‌ ଲ୍ୟାବ୍‌କୁ ପଠାଯାଇ ଯାଞ୍ଚ କରାଯାଉ ବୋଲି ସେ ଦାବି କରିଛନ୍ତି ।

ମେଲ୍‌ ପାଇବା ପରେ ମହିଳା ଥାନା ପୁଲିସ୍‌ ଉକ୍ତ ଏତଲା ଓଏଏସ୍‌ ଅିସ୍‌ର ଶ୍ରୀ ଷଡ଼ଙ୍ଗୀ ପଠାଇଛନ୍ତି ନା’ ଆଉ କିଏ ତାହାର ତଦନ୍ତ ଆରମ୍ଭ କରିଛି । ମେଲ୍‌ରେ ଯେଉଁ ୨ ପେଜ୍‌ର ଅଭିଯୋଗ ଆସିଛି, ସେଥିରେ ଶ୍ରୀ ଷଡଙ୍ଗୀଙ୍କ ଦସ୍ତଖତ ରହିଛି । ଦପ୍ତରର ମେଲ୍‌ ଆଇଡିରୁ ତାହା ପଠାଯାଇଛି । ଗତକାଲି ପୁଲିସ୍‌ ଅପରାହ୍ଣ ୪ଟା ବେଳେ ନ’ତାଲାରେ ଥିବା ଶ୍ରୀ ଷଡ଼ଙ୍ଗୀଙ୍କ ଅିସକୁ ଯାଇଥିଲା । ହେଲେ ସେ ଅିସ ଯାଇନଥିଲେ । ସେ ଛୁଟିରେ ଅଛନ୍ତି ବୋଲି କର୍ମଚାରୀମାନେ କହିଥିଲେ । ପୁଲିସ୍‌ ତାଙ୍କ ଘରକୁ ଯାଇଥିଲା ହେଲେ ସେଠାରେ ମଧ୍ୟ ସେ ନଥିଲେ । ପୁଲିସ୍‌ ଶ୍ରୀ ଷଡଙ୍ଗୀଙ୍କୁ ୋନ୍‌ କରିଥିଲା ହେଲେ ସେ ଫୋନ୍‌ ଉଠାଇ ନଥିଲେ । ଅନ୍ୟ ପକ୍ଷରେ ଯୁବତୀ କହିଛନ୍ତି, ଶ୍ରୀ ଷଡ଼ଙ୍ଗୀ ଡାହା ମିଛ କହୁଛନ୍ତି । ମୁଁ କୌଣସି କାଗଜପତ୍ର ଜାଲ୍‌ ଦେଇନାହିଁ କି କାହା କଥାରେ ଏତଲା ଦେଇନାହିଁ । ସେ ବାଚଳାମି କରୁଛନ୍ତି ।

Leave a Reply

Your email address will not be published. Required fields are marked *