ଅସହ୍ୟ ହେଲା ଲକଡାଉନ୍‌ର ବୋଝ : ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ

 ତେଲେଙ୍ଗା:-ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କଲେ ଜଣେ ଦୋକାନୀ। ଲକ୍‌ଡାଉନ ଯୋଗୁଁ ଦୋକାନ ବନ୍ଦ ରହିଛି ଏବଂ ତାଙ୍କର ବହୁତ କ୍ଷତି ହେଲାଣି। ଏବେ ତାଙ୍କ ପାଖରେ ଚଳିବା ପାଇଁ ଅର୍ଥ ନଥିବାରୁ ଶେଷରେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି ଏହି ଦୋକାନୀ ଜଣଙ୍କ। ହାଇଦ୍ରାବାଦର ମାଲାକପେଟରେ ଜୋତା ଦୋକାନ କରି ଏହି ଦୋକାନୀ ଜଣଙ୍କ ପରିବାର ପୋଷଣ କରୁଥିଲେ। ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିବା ବେଳେ ଉପସ୍ଥିତ ସିକ୍ୟୁରିଟି ଗାର୍ଡ ସଂପୃକ୍ତ ଦୋକାନିକୁ ଉଦ୍ଧାର କରିଛନ୍ତି ଏବଂ ପରେ ପୋଲିସକୁ ହସ୍ତାନ୍ତର କରିଛନ୍ତି।

ଦୋକାନୀ ଜଣଙ୍କ କହିବା କଥା, ତାଙ୍କର ୫ ଜଣ ପିଲା। ସେମାନଙ୍କ ମଧ୍ୟରୁ ତାଙ୍କର ଗୋଟିଏ ଝିଅ ବିବାହ କରି ସାରିଛନ୍ତି। ଏପରି କି ଲକ୍ଷ ଲକ୍ଷ ଟଙ୍କାର ଋଣ ତାଙ୍କ ଉପରେ ରହିଛି। ଧାର, କରଜ ସାଙ୍ଗକୁ ଦୋକାନ ଭଡ଼ା ଦେବା ଲାଗି ତାଙ୍କର ପାଖରେ ଟଙ୍କା ନାହିଁ। ସେହି ଗୋଟିଏ ଦୋକାନରେ ତାଙ୍କ ପରିବାରର ଗୁଜୁରାଣ ମେଣ୍ଟାଇଥାଆନ୍ତି। ବର୍ତ୍ତମାନ ଘର ଚଳିବା ଲାଗି ତାଙ୍କ ପାଖରେ ଟଙ୍କା ନାହିଁ। ମାର୍ଚ୍ଚ ୨୫ରୁ ମେ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଘୁଞ୍ଚିବା ପରେ ତାଙ୍କ ଚିନ୍ତା ଆହୁରି ବଢ଼ି ଯାଇଛି। ତେଣୁ ସେ ବାଧ୍ୟ ହୋଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ନିଜ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଲାଗି ଉଦ୍ୟମ କରୁଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *