୨୪ କିଲୋମିଟର ସାଇକେଲ ଚଳାଇ ସ୍କୁଲ ଯାଉଥିଲା ଏହି ଝିଅ, ଦଶମ ପରୀକ୍ଷାରେ ରଖିଲା ଏତେ ନମ୍ବର …

ଭଣ୍ଡ ଜିଲ୍ଲାର ଅଞ୍ଜୁଲ ଗ୍ରାମରେ ରହୁଥିବା ରୋଶନୀ ଭଦୋରିଆ ନିଜ ପାଠ ପଢ଼ିବାର ଇଚ୍ଛା କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି । ସେ କେବଳ ତାଙ୍କ ପାଠ ପଢ଼ାରେ ଧ୍ୟାନ ଦେଇନାହାଁନ୍ତି ବରଂ ସେ ସବୁଦିନ 24 କିଲୋମିଟର ସାଇକେଲ ବି ଚଳାଇଛନ୍ତି। କହି ରଖୁ ଯେ ତାଙ୍କ ଗାଁଠାରୁ 12 କିଲୋମିଟର ଦୂରରେ ମେହେଗାଓଁରେ ଥିବା ବିଦ୍ୟାଳୟକୁ ସେ ସବୁଦିନ ପାଠ ପଢିବାକୁ ଯାଇଥାନ୍ତି |

ତେବେ, 4 ବର୍ଷ ପୂର୍ବେ ଗାଁ ଦେଇ ଯାଉଥିବା ବର୍ଷା ସ୍ରୋତରେ ସେତୁ ନ ଥିବାରୁ ପରିସ୍ଥିତି ଏପରି ଥିଲା ଯେ ବର୍ଷା ଦିନରେ ରୋଶନୀ ନିଜ ଘରକୁ ଫେରି ପାରୁ ନଥିଲେ , ମେହେଗାଓଁରେ ରହୁଥିବା ସମ୍ପର୍କୀୟଙ୍କ ଘରେ ତାଙ୍କୁ ରହିବାକୁ ପଡୁଥିଲା, କିନ୍ତୁ ସେ ଏସବୁ ଅସୁବିଧାର ସାମ୍ନା କରିଥିଲେ ଏବଂ ତାଙ୍କ ଅଧ୍ୟୟନ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେଇଥିଲେ |

ତେବେ ରୋଶନି 400 ରୁ 395 ମାର୍କ ପାଇଛନ୍ତି ଏବଂ IAS ପରୀକ୍ଷା ଦେଇ ଏକ କଲେକ୍ଟର ହେବାକୁ ଚାହୁଁଛନ୍ତି, ଏହି କାରଣରୁ ତାଙ୍କର ପୁରା ଧ୍ୟାନ ତାଙ୍କ ଅଧ୍ୟୟନ ଉପରେ ଅଛି, କହିଦେଉ ଯେ ରୋଶନିଙ୍କ ପିତା କଲେଜ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି ଏବଂ ଏବେ ସେ ଚାଷ କାମ କରୁଛନ୍ତି |ଏବଂ ତାଙ୍କ ମା ମଧ୍ୟ, ତାଙ୍କ ମା ମଧ୍ୟ ଦ୍ୱାଦଶ ପର୍ଯ୍ୟନ୍ତ ଅଧ୍ୟୟନ କରିଛନ୍ତି |

ରୋଶନିଙ୍କର ଦୁଇ ଭାଇ ଅଛନ୍ତି, କିନ୍ତୁ ଏହା ପରେ ମଧ୍ୟ ତାଙ୍କୁ ପାଠ ପଢ଼ିବାକୁ କେହି ବାରଣ କରି ନାହାଁନ୍ତି। ରୋଶନିଙ୍କ ପିତା ବି ଏହା ଚାହୁଁଛନ୍ତି ଯେ ତାଙ୍କ ଝିଅ ଭଲ ଶିକ୍ଷିତ ହୁଅନ୍ତୁ ଏବଂ ତାଙ୍କ ପରିବାରର ନାମ ଉଜ୍ଜ୍ୱଳ କରନ୍ତୁ ଏବଂ ଏଥିରେ ତାଙ୍କ ସମ୍ପର୍କୀୟମାନେ ମଧ୍ୟ ତାଙ୍କୁ ସମର୍ଥନ କରନ୍ତି ଓ ଯେତେବେଳେ ପାଗ ଖରାପ ଖରାପ ହେଇଯାଏ ସେତେବେଳେ ସେ ତାଙ୍କୁ ଘରକୁ ଛାଡିବାକୁ ବି ଯାଇଥାନ୍ତି |

ତେବେ ଆପଣ ଏ ବିଷୟରେ କଣ କହିବେ, ସମସ୍ତେ ଯଦି ରୋଶନୀ ଙ୍କ ବାପା ଙ୍କ ଭଳି ହେଇଯାନ୍ତେ ତେବେ ଆଜି କଲି ଦୁନିଆରେ ଅନେକ ଝିଅ ଯେଉଁ ମାନେ ପାଠ ପଢିବାକୁ ଚାହୁଁଛନ୍ତି ତାଙ୍କର ସ୍ୱପ୍ନ ପୁରଣ ହେଇ ଯନ୍ତା | ଏଥିରେ ଆପଣଙ୍କ ମତା ମତ କଣ, ଆମକୁ କମେଣ୍ଟ ମାଧ୍ୟମରେ ଜାଣନ୍ତୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *