କ୍ୱାରେଣ୍ଟାଇନ୍‌ ଗଲେ ପୋକ୍ସୋ କୋର୍ଟ ବିଚାରପତି, ସରକାରୀ ଓକିଲ

ସୁନ୍ଦରଗଡ଼:-କ୍ୱାରେଣ୍ଟାଇନ୍‌ ଗଲେ ପୋକ୍ସୋ କୋର୍ଟ ବିଚାରପତି, ସରକାରୀ ଓକିଲ ଓ ଷ୍ଟାଫ୍‌। ଆଜି ଏପରି ଖବର ସୁନ୍ଦରଗଡ଼ରୁ ଆସିଛି। କୋର୍ଟ ଯାଇଥିବା ଦୁଇ କନ୍‌ଷ୍ଟେବଳ ‘କରୋନା’ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ଜିଲ୍ଲାପ୍ରଶାସନ ଏପରି ପଦକ୍ଷେପ ନେଇଛି।

ଗତ ୨ ତାରିଖରେ ବୀରମିତ୍ରପୁର ନାବାଳିକା ପୀଡ଼ିତାଙ୍କୁ ସୁନ୍ଦରଗଡ଼ ପୋକ୍ସୋ କୋର୍ଟରେ ହାଜର କରାଯାଇଥିଲା। ପୀଡ଼ାତାଙ୍କୁ ଦୁଇ ଦୁଇ ମହିଳା କନ୍‌ଷ୍ଟେବଳ କୋର୍ଟରେ ହାଜର କରାଯାଇଥିଲେ। ଏହା ପରେ ଦୁଇ କନ୍‌ଷ୍ଟେବଳଙ୍କୁ ଥଣ୍ଡା ଓ କାଶ ହୋଇଥିଲା। ପରେ ସେମାନଙ୍କ ରକ୍ତ ଓ ସ୍ୱାବ୍‌ ଟେଷ୍ଟ ପାଇଁ ପଠାଯାଇଥିଲା।ଗତକାଲି ଆସିଥିବା ରିପୋର୍ଟରେ ଉଭୟଙ୍କୁ ‘କରୋନା’ ହୋଇଥିବା ସ୍ପଷ୍ଟ ହୋଇଛି। ଏହା ପରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି। ପୋକ୍ସୋ କୋର୍ଟର ବିଚାରପତି, ସରକାରୀ ଓକିଲ ଓ ଅନ୍ୟ ଷ୍ଟାଫ୍‌ମାନେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି। ତେବେ ପୀଡ଼ିତା ନାବାଳିକାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଅନ୍ୟପକ୍ଷରେ କୋର୍ଟକୁ ସାନିଟାଇଜ୍‌ କରାଯାଇଛି

Leave a Reply

Your email address will not be published. Required fields are marked *