ସୁନ୍ଦରବନରେ ମାଡ଼ ହେବ ବାତ୍ୟା! ଧୂଳିସାତ ହୋଇଯିବ କଚ୍ଚା ଘର

ଭୁବନେଶ୍ୱର: ସୁନ୍ଦରବନରେ ଲ୍ୟାଣ୍ଡଫଲ କରିପାରେ ଅମ୍ପନ। ମହାବାତ୍ୟା ଅମ୍ପନ୍ ଅପଡେଟକୁ ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି। ୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ ଅମ୍ପନ୍। ଦୀଘା-ହାତିଆ ମଝିରେ ସୁନ୍ଦରବନ ପାଖରେ ଲ୍ୟାଣ୍ଡଫଲ କରିପାରେ ବୋଲି ଆଇଏମଡି ଡିଜି ସୂଚନା ଦେଇଛନ୍ତି।

ତେବେ ଅତି ଭୟଙ୍କର ଝଡ଼ବାତ୍ୟାର ରୂପ ନେଇ ଲ୍ୟାଣ୍ଡଫଲ କରିବ। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୬୫ରୁ ୧୭୫ କିମି ରହିବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଏହା ପ୍ରଭାବରେ ଆଜିଠୁ ଉତ୍ତର ଓଡ଼ିଶା ଉପକୂଳରେ ୫୫ରୁ ୬୫ କିମି ବେଗରେ ପବନ ବହିବ।

ଆସନ୍ତାକାଲି ସକାଳୁ ପବନର ବେଗ ୭୫ କିମିରୁ ଅଧିକ ରହିବ ଏବଂ ୨୦ ତାରିଖରେ ପବନର ବେଗ ୧୧୦ରୁ ୧୨୦ କିମି ପର୍ଯ୍ୟନ୍ତ ରହିବ ବୋଲି ଆଇଏମଡି ଡିଜି ପୂର୍ବାନୁମାନ କରିଛନ୍ତି। ଲ୍ୟାଣ୍ଡଫଲ୍ ବେଳେ ଉପକୂଳରେ ୬ ମିଟର ଉଚ୍ଚ ଜୁଆର ଉଠିବ। ବାତ୍ୟା ପ୍ରଭାବରେ କଚ୍ଚା ଘର ସଂପୂର୍ଣ୍ଣ ଧୂଳିସାତ ହୋଇଯିବ।

Leave a Reply

Your email address will not be published. Required fields are marked *