କୋଭିଡ ହସ୍ପିଟାଲରୁ କରୋନା ଆକ୍ରାନ୍ତ ଚମ୍ପଟ,ଫେରାର୍ ନେଇ ଥାନାରେ ଏତଲା
ନବରଙ୍ଗପୁର:-କୋଭିଡ ହସ୍ପିଟାଲରୁ କରୋନା ଆକ୍ରାନ୍ତ ଚମ୍ପଟ । ହସ୍ପିଟାଲ କାନ୍ଥ ଦେଇ ଜଣେ କରୋନା ଆକ୍ରାନ୍ତ ଫେରାର୍ ହୋଇଥିବା ଅଭିଯୋଗ । ନବରଙ୍ଗପୁର କୋଭିଡ ହସ୍ପିଟାଲର କାନ୍ଥ ଡେଇଁ ଜଣେ ଚିକିତ୍ସାଧୀନ କରୋନା ଆକ୍ରାନ୍ତ ସୋମବାର ଫେରାର ହୋଇଯାଇଥିବା ନେଇ ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି। ଆକ୍ରାନ୍ତ ଜଣକ ଫେରାର ହୋଇଯାଇଥିବା ନେଇ ଥାନାରେ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଏତଲା ମଧ୍ୟ ଦେଇଛନ୍ତି।ତେବେ ଫେରାର କରୋନା ଆକ୍ରାନ୍ତ ଜଣକ ଉମରକୋଟ ଅଞ୍ଚଳର ବୋଲି ଜଣାପଡ଼ିଛି। ଉକ୍ତ ଆକ୍ରାନ୍ତଙ୍କ ଶରୀରରେ କରୋନା ଲକ୍ଷଣ ଦେଖା ଦେବା ପରେ ତାଙ୍କର ସ୍ୱାବ ସଂଗ୍ରହ କରି କୋଭିଡ ପରୀକ୍ଷା ପାଇଁ ପଠାଯାଇଥିଲ। ଏଥିରେ ରିପୋର୍ଟ ପିଜିଟିଭ୍ ଆସିଥିଲା। ଜୁନ୍ ୩ରେ ସେ କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହେବା ପରେ ତାଙ୍କୁ କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ମାତ୍ରା ଆଜି ସେ କୌଶଳ କ୍ରମେ ହସ୍ପିଟାଲ କାନ୍ଥ ଡେଇଁ ଛୁ ମାରିଥିବା ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଥାନାରେ ଅଭିଯୋଗ କରିଛନ୍ତି।










