ଗଲଓ୍ବାନ ଘାଟିରୁ ୧ କିଲୋମିଟର ପଛକୁ ଘୁଞ୍ଚିଲା ଚୀନ ସୈନିକ

ନୂଆଦିଲ୍ଲୀ:-ଭାରତ ଓ ଚୀନ୍ ମଧ୍ୟରେ ମଇ ମାସରୁ ଜାରି ରହିଥିବା ବିବାଦ ନେଇ ଆସିଛି ବଡ ଖବର। ପୂର୍ବ ଲଦାଖର ଗଲଓ୍ବାନ ଘାଟିରେ  ୧୫ ଜୁନରେ  ଦୁଇ ଦେଶର ସୈନିକଙ୍କ ଭିତରେ ହୋଇଥିଲା ହିଂସାତ୍ମକ ସଂଘର୍ଷ। ଏବେ କିନ୍ତୁ  ସେଠାରୁ ଚୀନର ସେନା ପ୍ରାୟ ୧ କିଲୋମିଟର ପଛକୁ ଘୁଞ୍ଚି ଯାଇଛନ୍ତି। ସୁତ୍ରରୁ ମିଳିଥିବା ଖବର ଅନୁସାରେ, ଦୁଇ ଦେଶର  ସୈନିକ ଗଲଓ୍ବାନ ଘାଟି ନିକଟରୁ ୧ କିଲୋମିଟର ପଛକୁ ଘୁଞ୍ଚି ଯାଇଛନ୍ତି। ଏବେ ଏହାକୁ ବଫର ଜୋନ୍ ଘୋଷଣା କରଯାଇଛି। ଯାହାଫଳରେ ଆଗକୁ କୌଣସି ହିଂସାକାଣ୍ଡ ଯେପରି ନହୁଏ।

ଏହାଛଡା ଆହୁରି ଦୁଇଟି ସ୍ଥାନରେ ମଧ୍ୟ ଚୀନ ସୈନିକ ପଛକୁ ହଟିଛନ୍ତି। ଦୁଇ ପକ୍ଷର ଅସ୍ଥାୟୀ ଢାଞ୍ଚାକୁ ମଧ୍ୟ ହଟାଇ ଦିଆଯାଇଛି। ଭାରତ ଚୀନର ସୈନିକଙ୍କୁ ମଧ୍ୟ ହଟିବାର ଫିଜିକାଲ ଭେରିଫିକେସନ୍ କରିନେଇଛନ୍ତି। ହିଂସାକାଣ୍ଡ ପରେ ଦୁଇ ଦେଶର ସୈନିକଙ୍କ ଭିତରେ ଲଗାତାର ଆଲୋଚନା ଜାରି ରହିଛି। ଭାରତ ଓ ଚୀନର ସୈନିକ ରିଲୋକେସନ୍ ଉପରେ ସହମତି ପ୍ରକାଶ କରିଛନ୍ତି। ଯାହାପରେ ବିବାଦୀୟ ସ୍ଥାନରୁ ଦୁଇ ଦେଶର ସୈନିକ ପଛକୁ ହଟି ଯାଇଛନ୍ତି, ଏହି ପକ୍ରିୟାକୁ ପ୍ରଥମ ପର୍ଯ୍ୟାୟ ବୋଲି କୁହାଯାଉଛି।୬ ଜୁନରେ କୋର କମାଣ୍ଡର ବୈଠକରେ ଏହାର ସହମତି ମିଳିଥିଲା। ଏହାପରେ ୩୦ ଜୁନରେ କୋର କମାଣ୍ଡର ତୃତୀୟ ସ୍ତରୀୟ ବୈଠକରେ ଡିସଏନଗେଜମେଣ୍ଟ ପାଇଁ ୭୨ ଘଣ୍ଟାର ଓ୍ବାଚ ପିରିୟଡ୍ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଏହାପରେ ଦୁଇ ଦେଶର ସୈନିକ ପଛକୁ ଘୁଞ୍ଚିଥିବାର ଖବର ମିଳିଛି। ତେବେ ଏପର୍ଯ୍ୟନ୍ତ ଭାରତୀୟ ସେନା ପକ୍ଷରୁ ଅଫିସିଆଲ ସୂଚନା ଦିଆଯାଇ ନାହିଁ।

Leave a Reply

Your email address will not be published. Required fields are marked *