ଶ୍ରାବଣରେ ଆଉ ରାସ୍ତାରେ ଶୁଭୁବନି ବୋଲବମ୍‌ ହରହର ବମ୍

ଭୁବନେଶ୍ୱର:-ଶ୍ରାବଣରେ ଆଉ ରାସ୍ତାରେ ଶୁଭୁବନି ବୋଲବମ୍‌ ହରହର ବମ୍‌ । ସୋମବାରରେ ଶୈବପୀଠରେ ଲାଗିବ ନାହିଁ କାଉଡିଆଙ୍କ ଲମ୍ବା ଲାଇନ୍‌ । କରୋନା ସଂକ୍ରମଣକୁ ରୋକିବାକୁ ସରକାର ନେଲେ ଏକ କଠୋର ସତର୍କତା ପଦକ୍ଷେପ । ଜୁଲାଇ ମାସ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଆଜି କାଉଡିଆଙ୍କ ବୋଲ୍‌ବମ୍‌ ଯାତ୍ରାକୁ ନା କହିଛନ୍ତି । ଫଳରେ ହଜାର ହଜାର ଶୈବଭକ୍ତ ନିରାଶ ହୋଇଛନ୍ତି ।

ଆଜି ସ୍ୱତନ୍ତ୍ର ରିଲିଫ୍‌ କମିଶନର ( ଏସ୍‌ଆର୍‌ସି) ପ୍ରେସ୍‌ମିଟ ଜରିଆରେ କହିଛନ୍ତି ଯେ, ଚଳିତ ବର୍ଷ ଶୈବ ପୀଠରେ ଜଳଲାଗି କରି ପାରିବେନାହିଁ କାଉଡ଼ିଆ । ରାଜ୍ୟରେ କରୋନା ସ୍ଥିତି ଚିନ୍ତାଜନକ ରହିଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । କରୋନା ସଂକ୍ରମଣ ଲାଗି କୌଣସି ଶୈବପୀଠରେ ଜଳଲାଗି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି  ରାଜ୍ୟ ସରକାର ।, ବୋଲବମ୍‌ ଭକ୍ତଙ୍କ ଜଳ ସଂଗ୍ରହ, ପଥ ଭ୍ରମଣ ଓ ଜଳଲାଗି ଉପରେ କଟକଣା ଲଗାଇଯାଇଛି ।  ଶ୍ରାବଣ ମାସରେ ଶୈବପୀଠରେ ଭକ୍ତଙ୍କ ଭିଡ ଆଶଙ୍କା ଦୃଷ୍ଟିରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *