ଗଞ୍ଜାମରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା; ଗଲେ ୨ ଆଇଏଏସ, ୬ ଓଏଏସ୍‌

ଭୁବନେଶ୍ୱର:-ଗଞ୍ଜାମରେ କରୋନା ସ୍ଥିତି ଦିନକୁ ଦିନ ବେକାକୁ ହେବାରେ ଲାଗିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ଅତିକ୍ରମ କରିସାରିଥିବା ବେଳେ କେବଳ ଗଞ୍ଜାମରେ ସର୍ବାଧିକ ୨ ହଜାରରୁ ଅଧିକ ଏହି ମହାମାରୀରେ ଆକ୍ରାନ୍ତ ହୋଇ ସାରିଲେଣି।  ଏହାବ୍ୟତୀତ କରୋନାଜିତ ମୃତ୍ୟୁ ସଂଖ୍ୟା ମଧ୍ୟ ଗଞ୍ଜାମରେ ସର୍ବାଧିକ ରହିଛି। ରାଜ୍ୟରେ ସମୁଦାୟ ୩୪ ଜଣଙ୍କର କରୋନା ଯୋଗୁ ମୃତ୍ୟୁ ହୋଇଥିବା ବେଳେ କେବଳ ଗଞ୍ଜାମରେ ୨୦ ଜଣ ଆଖି ବୁଜି ସାରିଲେଣି।

ଗଞ୍ଜାମରେ ଦିନକୁ ଦିନ ବିଗୁଡ଼ୁଥିବା ସ୍ଥିତି ସମ୍ଭାଳିବା ପାଇଁ ତତ୍ପର ହୋଇ ଉଠିଛନ୍ତି ରାଜ୍ୟ ସରକାର। ଏହି ଜିଲ୍ଲାରେ ସ୍ଥିତି ଦିନକୁ ଦିନ ଖରାପ ଆଡ଼କୁ ଗତି କରୁଥିବର ବେଳେ ତାହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ୨ ଆଇଏଏସ୍‌ ଓ ୬ ଓଏଏସ୍‌ଙ୍କୁ ସେଠାକୁ ପଠାଯାଇଛି। ଗଂଜାମ ଜିଲ୍ଲା ପାଇଁ ସରକାର ୨ ସ୍ପେଶାଲ ଏଡିଏମ୍‌ଙ୍କୁ  ନିଯୁକ୍ତ କରିଛନ୍ତି। ସେମାନେ ହେଲେ IAS ପାରୁଲ ପଟାୱାରୀ ଓ ବିଶାଲ ସିଂହ  । ପାରୁଲଙ୍କୁ ଛତ୍ରପୁର ଉପଖଣ୍ଡ କରୋନା ପରିଚାଳନା ଦାୟିତ୍ୱ ଦିଆଯାଇଥିବା ବେଳେ ବିଶାଲ ସିଂହଙ୍କୁ ଭଞ୍ଜନଗର ଉପଖଣ୍ଡରେ କରୋନା ପରିଚାଳନା ଦାୟିତ୍ୱ  ଦିଆଯାଇଛି।ଏହାବ୍ୟତୀତ ୬ OASଙ୍କୁ ମଧ୍ୟ ଗଞ୍ଜାମ ଜିଲ୍ଲାକୁ ପଠାଯାଇଛି। କରୋନା ପରିଚାଳନା ନେଇ ଏହି ଅଧିକାରୀମାନେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ କାମ କରିବେ । ସେମାନେ ହେଲେ OAS ସୁଧାକର ନାୟକ, ଲୋକନାଥ ଦଳବେହେରା, OAS ପଦ୍ମନାଭ ବେହେରା, ଶକ୍ତିକାନ୍ତ ରାୟ। ସେମାନଙ୍କ ବ୍ୟତୀତ OAS ଚିତ୍ତରଂଜନ ମହାନ୍ତ ଓ ଶୁଭେନ୍ଦ୍ର କୁମାର ସାମଲ ମଧ୍ୟ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *