୨୪ ଘଣ୍ଟାରେ କରୋନାରେ ଆଖି ବୁଜିଲେ ୫

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ କରୋନା ନେଲା ଆଉ ୫ ଜଣଙ୍କ ଜୀବନ। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ମୃତକଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ ଜିଲ୍ଲାରୁ ୩ ଓ ଖୋର୍ଦ୍ଧାରୁ ୨ ଜଣ। ଖୋର୍ଦ୍ଧା ଜିଲ୍ଲାର ୨ ମୃତକ ଭୁବନେଶ୍ୱରର। 

ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତକଙ୍କ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି।

ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ମୃତକଙ୍କ ସଂଖ୍ୟା ୨୦ ଛୁଇଁଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ମୃତକ ସଂଖ୍ୟା ୭ ହୋଇଛି। ସେହପରି କଟକରୁ ୪, ଅନୁଗୁଳ, ବରଗଡ଼ ଓ ପୁରୀରୁ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି।

ସୂଚନାଥାଉ କି,  ଆଜି ରାଜ୍ୟରୁ ୪୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୦୬୧କୁ ବୃଦ୍ଧି ପାଇଛି।  ଆଜି ଚିହ୍ନଟ ୪୯୫ ମଧ୍ୟରୁ ୩୫୫ କ୍ୱାରେଣ୍ଟାଇନରେ ଥିବାବଳେ ୧୪୦ ଲୋକାଲ୍ କେସ ରହିଛି।   

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫,୭୦୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୮୫୩ ଜଣ ଚିକିତ୍ସାଧୀନ ଅଛନ୍ତି।

Leave a Reply

Your email address will not be published. Required fields are marked *