ଖଣ୍ଡଗିରି ଅଞ୍ଚଳରୁ ଚୋରା ଗଞ୍ଜେଇ ଜବତ, ୪ ଗିରଫ

ଭୁବନେଶ୍ବର:-ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରୁ ଚୋରା ଗଞ୍ଜେଇ ଜବତ। ଇଣ୍ଡିଗୋ ଗାଡି ସହ ୮୦ କେଜି ଗଞ୍ଜେଇ ଜବତ କଲା ଖଣ୍ଡଗିରି ଥାନା ପୋଲିସ୍‌। ଚୋରା ଚାଲାଣ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ୍।  ଏ ସଂପର୍କରେ ସୂଚନା ଦେଇଛନ୍ତି ଡିସିପି ଅନୁପ ସାହୁ। କରୋନା କଟକଣାକୁ ରାଜଧାନୀ ବାସୀ ମାନି ଜୀବନ ଯାପନ ଅତିବାହିତ କରୁଥିବା ବେଳେ ଖଣ୍ଡଗିରି ଅଞ୍ଚଳରେ ଚୋରା ନିଶାକାରବାର ଚାଲିଛି। କେବଳ ଭୁବନେଶ୍ବର ଖଣ୍ଡଗିରି ନୁହେଁ। ରାଜ୍ୟର ବିଭିନ୍ନ ସ୍ଥାନରେ କରୋନା କଟକଣା ବେତିର କରି ବେଧଡ଼କ ନିଶା କାରବାର ଚାଲିଛି।

Leave a Reply

Your email address will not be published. Required fields are marked *