ଆଗମନକାରୀଙ୍କୁ ଲୋକସେବା ଭବନ ମନା , ୩୧ ଜୁଲାଇ ଯାଏଁ ଲାଗିଲା କଟକଣା ।

ଭୁବନେଶ୍ବର:-ଆଗମନକାରୀଙ୍କୁ ଲୋକସେବା ଭବନ, ଖାରବେଳ ଭବନ , କୃଷି ଭବନ ଏବଂ ରାଜୀବ ଭବନ ମନା । କରୋନା କାୟା ବିସ୍ତାରକୁ ନଜରରେ ରଖି ରାଜ୍ୟ ସରକାରଙ୍କ ଗୃହ ବିଭାଗ  ଏପରି କଟକଣା ଜାରି କରିଛନ୍ତି । ଜୁଲାଇ ୩୧ ତାରିଖ ଯାଏଁ ଏହି କଟକଣା ଜାରି ହୋଇଛି । ଏହା ସହିତ ପୂର୍ବରୁ ଜାରି ହୋଇଥିବା ପାସ୍ ଗୁଡିକ ଅଚଳ ହୋଇଯାଇଛି । କୌଣସି ବ୍ୟକ୍ତିଙ୍କର ଜରୁରୀ କାମ ଥିଲେ , ଗୃହ ବିଭାଗର ସ୍ୱତନ୍ତ୍ର ସଚିବଙ୍କ ଠାରୁ ସଂପୃକ୍ତ ବିଭାଗର ସଚିବଙ୍କ ଜରିଆରେ ଅନୁମତି ପାଇବା ପରେ ସେ ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ ଏବଂ ରାଜୀବ ଭବନକୁ ପ୍ରବେଶ କରିପାରିବେ ।

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଠାକୁ ଲୋକଙ୍କ ଯିବା ଆସିବା ରହୁଥିବାରୁ ସଂକ୍ରମଣ ରୋକିବାକୁ ଏପରି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ମାର୍ଚ୍ଚ ମାସରେ ଯେତେବେଳେ କରୋନା ସଂକ୍ରମଣ ରାଜ୍ୟରେ ଦେଖା ଦେଇଥିଲା ସେତେବେଳେ ମଧ୍ୟ ସମାନ କଟକଣା ଲାଗୁ ହୋଇଥିଲା । ପରେ ଏଥିରେ କିଛିଟା କୋହଳ କରାଯାଇଥିଲା । ଏବେ ସଂକ୍ରମଣ ପୁଣି ବଢୁଥିବାରୁ ଲୋକସେବା ଭବନ, ଖାରବେଳ ଭବନ , କୃଷି ଭବନ ଏବଂ ରାଜୀବ ଭବନକୁ ପ୍ରବେଶ ପାଇଁ ଆଗନ୍ତୁକଙ୍କୁ ବାରଣ କରାଯାଇଛି ।

Leave a Reply

Your email address will not be published. Required fields are marked *