ମାଓ କ୍ୟାମ୍ପ୍ ଠାବ, ବିପୁଳ ପରିମାଣର ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ

ଫୁଲବାଣୀ:- ମାଓ କ୍ୟାମ୍ପ ଠାବ କଲା କନ୍ଧମାଳ ପୋଲିସ । ଏହାସହ ସେଠାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏସପି ପ୍ରତୀକ୍ ସିଂଙ୍କ ନିର୍ଦ୍ଦେଶରେ ଏସଓଜିର ଏକ ଟିମ୍ ଫିରିଙ୍ଗିଆ ବ୍ଲକ୍ ସୁମେରୁବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜଙ୍ଗଲରେ ଗତ ୨୯ ତାରିଖରେ କମ୍ବିଂ ଅପରେସନ କରିଥିଲେ ।ଅପରେସନ ବେଳେ ଲଦାପଦର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏକ ମାଓ କ୍ୟାମ୍ପକୁ ଠାବ କରିଥିଲେ । ପୋଲିସ ଆସୁଥିବା ସୂଚନା ପାଇ ମାଓବାଦୀମାନେ କ୍ୟାମ୍ପ୍ ଛାଡି ଫେରାର ହୋଇଯାଇଥିଲେ । ପୋଲିସ କ୍ୟାମ୍ପରୁ ୧୫ କେଜି ବିସ୍ଫୋରକ, ଅନେକ ଡିଟୋନେଟର ସହ ବହୁତ ମାଓ ସାମଗ୍ରୀ, ପୋଷାକ, ମଲ୍ଟିମିଟର, ମାଓ ପତ୍ରିକା, ଲିଫଲେଟ୍ ଆଦି ପାଇ ଜବତ କରିଛି । ଉକ୍ତ କ୍ୟାମ୍ପରୁ ମହିଳା ମାଓବାଦୀଙ୍କ ସମେତ ୧୫ରୁ ୨୦ ମାଓବାଦୀ ଥିବାବେଳେ କ୍ୟାଡର ମାଓନେତା ଆକାଶ, ଦାସୁରୁ ପ୍ରମୁଖ ରହିଥିବା ପୋଲିସ ସନ୍ଦେହ କରୁଥିବା ଏସପି ଶ୍ରୀ ସିଂ କହିଛନ୍ତି ।ଆଗକୁ ମାଓ ସହିଦ ସପ୍ତାହ ଥିବାବେଳେ ତା ପୂର୍ବରୁ ଜିଲ୍ଲାରେ କିଛି ବଡ ଧରଣର ହାମଲା କରିବାକୁ ମାଓବାଦୀମାନେ ଯୋଜନା କରୂଥିବା ସନ୍ଦେହ କରୁଛନ୍ତି ବୋଲି ଏସପି ଶ୍ରୀ ସିଂ କହିଛନ୍ତି।

Leave a Reply

Your email address will not be published. Required fields are marked *