କୋଭିଡ୍ ନିୟମ ଉଲ୍ଲଙ୍ଘନ ନେଇ ରାଜଧାନୀରେ ୩ଟି ଶୋ ରୁମକୁ ଜୋରିମାନା

ଭୁବନେଶ୍ୱର:–କୋଭିଡ୍ କଟକଣା ଉଲ୍ଲଙ୍ଘନ କରିଥିବାରୁ ରାଜଧାନୀରେ ୩ଟି ଶୋ-ରୁମକୁ ଜୋରିମାନା । ରାଜ୍ୟରେ କରୋନା ସଂକ୍ରମମ ବ୍ୟାପିବାରେ ଲାଗିଛି । ସେଥିପାଇଁ ରାଜ୍ୟସରକାରଙ୍କ ତରଫରୁ ବିଭିନ୍ନ କଟକଣା ଜାରି କରାଯାଇଛି । ତେବେ ଏହାକୁ ଉଲ୍ଲଙ୍ଘନ କରି ୩ଟି ଶୋ ରୁମ ଦଣ୍ଡିତ ହୋଇଛନ୍ତି । ୩ଟି ଶୋ ରୁମଠୁ ଜୋରିମାନା ଆଦାୟ ହୋଇଛି । ଅଶୋକ ମାର୍କେଟରେ ବିଏମସି ଓ ବିଡିଏର ମିଳିତ ଉଦ୍ୟମରେ ଚଢଉ ହୋଇଥିଲା । ଏଠାରେ ୩ଟି ଶୋ ରୁମରେ ଚଢଉ ହୋଇଥିଲା । କୋଭିଡ୍ ଗାଇଡଲାଇନ ଉଲ୍ଲଙ୍ଘନ ଅଭିଯୋଗରେ ଏହି ସ୍ଥାନମାନଙ୍କରେ ଚଢଉ ହୋଇଥିଲା ।

ରାଜଧାନୀର ଅନ୍ୟ କିଛି ସ୍ଥାନରେ ମଧ୍ୟ ଚଢଉ ହୋଇଥିଲା । ନହରକଣ୍ଟାରେ ଥିବା ୨ଟି ହୋଟେଲରୁ ମଧ୍ୟ ଜୋରିମାନା ଆଦାୟ ହୋଇଛି । ଏକ ଜିମକୁ ମଧ୍ୟ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ଏମାନେ ସମସ୍ତେ କୋଭିଡ୍ ନିୟମ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ଥିଲା ।-

Leave a Reply

Your email address will not be published. Required fields are marked *