ଆୟୁଷ ମନ୍ତ୍ରାଳୟର ଗ୍ରୀନ୍ ସିଗନାଲ୍: ଏବେ ବଜାରରେ ମିଳିବ କୋରୋନିଲ୍,

ହରିଦ୍ୱାର: -ଯୋଗ ଗୁରୁ ବାବା ରାମଦେବ କୋରୋନିଲ୍ ନେଇ ବୁଧବାର ଗଣମାଧ୍ୟମ ଆଗରେ ପତଞ୍ଜଳିର ପକ୍ଷ ରଖିଛନ୍ତି । ସେ କହିଛନ୍ତି କି ତାଙ୍କ ବିରୁଦ୍ଧରେ ଅପପ୍ରଚାର କରାଯାଇଛି  । କୋରୋନିଲ୍ ଉପରେ ଆଇନ୍ ଅନୁସାରେ ହିଁ କାମ କରାଯାଇଛି । ଆୟୁଷ ମନ୍ତ୍ରାଳୟ ତାଙ୍କ କାମକୁ ନେଇ ପ୍ରଶଂସା କରିଥିବା ସେ କହିଛନ୍ତି । କୋରୋନିଲ୍ ଉପରେ ଏବେ କିଛି ବିବାଦ ନଥିବା ମଧ୍ୟ ସେ କହିଛନ୍ତି । ଅନ୍ୟପଟେ କେନ୍ଦ୍ରୀୟ ଆୟୁଷ ମନ୍ତ୍ରାଳୟ ପୁଣି ଥରେ ଆଜି ସ୍ପଷ୍ଟ କରିଛି ଯେ ଏହି ମେଡିସିନ୍ ଇମ୍ୟୁନିଟି ବୁଷ୍ଟର ଅର୍ଥାତ୍ ରୋଗ ସହିତ ଲଢିବା ପାଇଁ ଶକ୍ତି ଦେବ ଏବଂ ବଜାରରେ ମଧ୍ୟ ଏହି ହିସାବରେ ବିକ୍ରି ହେବ । କିନ୍ତୁ କରୋନାର ଚିକିତ୍ସା ଭାବେ ଏହି ମେଡିସିନ୍ ବିକ୍ରି ହେବନି । ଗ୍ରାହକ ଏହାକୁ କିଣିପାରିବେ ।

ରାମଦେବ କହିଛନ୍ତି କି ରିସର୍ଚ୍ଚ ସହିତ ଜଡିତ ପ୍ରମାଣପତ୍ର ଆୟୁଷ ମନ୍ତ୍ରାଳୟକୁ ପ୍ରଦାନ କରାଯାଇଥିଲା । ଆୟୁଷ ମନ୍ତ୍ରାଳୟ ତାଙ୍କ ଚେଷ୍ଟାକୁ ପ୍ରଶଂସା କରିଛି । କୋରୋନିଲ୍ ନେଇ ଏବେ କିଛି ବିବାଦ ନାହିଁ । ୭  ଦିନରେ କରୋନାର ୧୦୦ ପ୍ରତିଶତ ରୋଗୀ ଠିକ୍ ହୋଇଛନ୍ତି । ସାରା ଦେଶରେ କୋରୋନିଲ୍ ମେଡିସିନ୍ ମିଳିବ । ରାମଦେବ ବାବା କହିଛନ୍ତି ଯେ ‘ରୋଗମୁକ୍ତ ସମାଜ ଗଠନ କରିବା ଯଦି ଅପରାଧ ତେବେ ମୁଁ ନିଶ୍ଚୟ କରିବି । ମୋ ଜାତି ଓ ଧର୍ମକୁ ନେଇ ଖରାପ ବାତାବରଣ ସୃଷ୍ଟି କରିବା ପାଇଁ ଚେଷ୍ଟା କରାଯାଇଛି । ମୋ ବିରୁଦ୍ଧରେ ସାରା ଦେଶରେ ଏଫଆଇଆର୍ କରାଯାଉଛି ।’

ରାମଦେବ କହିଛନ୍ତି, “ଆମେ ପୁରା ପରୀକ୍ଷଣରେ ଦେଖିଛୁ ଯେ ଶରୀରରେ ଫୁସଫୁସରେ କରୋନା ଘର କରେ ଏବଂ ଭୁତାଣୁ ଧିରେ ଧିରେ ଶରୀରରେ ଲକ୍ଷ ଲକ୍ଷ କପି ସୃଷ୍ଟି କରେ। ଆମେ ଦେଖିଲୁ ଯେ ମେଡସିନ୍ ଭଲ କାମ ଦେଖାଇଲା । ସମ୍ପୂର୍ଣ୍ଣ ସାଇଣ୍ଟିଫିକ୍ ଡକ୍ୟୁମେଣ୍ଟେସନ୍ । ସେହି ଅନୁସାରେ ଆମେ ରିସର୍ଚ୍ଚ କରିଛୁ ।“

ସେ ଆଗକୁ କହିଛନ୍ତି ଯେ ‘ଏବେ କରୋନା ଉପରେ କ୍ଲିନିକାଲି ଟ୍ରାଏଲ୍ ହୋଇଛି । ଆମ ପାଖରେ ୫୦୦ ବୈଜ୍ଞାନିକଙ୍କ ଏକ ଟିମ୍ ଅଛି । ଏ ଟାଏ ପିନ୍ଧୁଥିବା ଲୋକମାନେ ମାନିବାକୁ ପ୍ରସ୍ତୁତ ନୁହଁନ୍ତି ଯେ ଧୋତି ପିନ୍ଧୁଥିବା ଲୋକ ବି କରୋନା ମେଡିସିନ୍ ପ୍ରସ୍ତୁତ କରିପାରି-ବ ।’ କେବଳ କରୋନା ନୁହେଁ ଅନ୍ୟ ରୋଗର ଔଷଧ ଉପରେ ରିସର୍ଚ୍ଚ ଚାଲିଛି ବୋଲି କହିଛନ୍ତି ରାମଦେବ। ୧୦ ରୁ ଅଧିକ ରୋଗ ଉପରେ ଆମେ ଟ୍ରାଏଲ କରୁଛି ଓ ସେଥିରେ ୩ଟି ଲେବଲ ପାର କରିସାରିଛୁ। ଏଥିରେ ହାଇପରଟେନସନ୍, ଆସ୍ଥମା, ହାର୍ଟ, ଚିକନଗୁନିଆ ଭଳି ରୋଗ ଉପରେ ଟ୍ରାଏଲ କରାଯାଉଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *