ଭାରତରେ ଟିକଟକ୍ ସଟଡାଉନ୍, ଆପ୍ ଓପନ୍ କଲେ ଆସୁଛି ଏହି ନୋଟିସ୍
ନୂଆଦିଲ୍ଲୀ:-ଭାରତର ସରକାର ସୋମବାର ଟିକଟକ୍ ସହ ୫୯ଟି ଚୀନ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ମଙ୍ଗଳବାର ସକାଳେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଏହି ଆପ୍କୁ ହଟାଇ ଦିଆଯାଇଥିଲା । ଏବେ ଟିକଟକ୍ କାମ କରିବା ମଧ୍ ବନ୍ଦ ହୋଇଛି ।
ଏହା ପୂର୍ବରୁ ଯେତେବେଳେ ଟିକଟକ୍ ବ୍ୟାନ ହୋଇଥିଲେ ସେତେବେଳେ ପୁରୁଣା ୟୁଜର୍ସ ଏହି ଆପ୍କୁ ବ୍ୟବହାର କରିପାରୁ ଥିଲେ । କିନ୍ତୁ ଏବେ ସରକାର ଟେଲିତମ୍ କମ୍ପାନୀ ଓ ଇଣ୍ଟରନେଟ୍ ସର୍ଭିସ ପ୍ରୋଭାଇଡରଙ୍କୁ ଜରିଆରେ ଏହାକୁ ବ୍ଲକ୍ କରିଦେଇଛନ୍ତି ।
ଏବେ ଟିକଟକ୍ ଓପନ କରିବା ପରେ ଏକ ନୋଟିସ୍ ଆସୁଛି । ଏଥିରେ ଲେଖାଯାଇଛି ଯେ, ସରକାର ୫୯ ଆପ୍କୁ ବନ୍ଦ କରିଛନ୍ତି । ସୁରକ୍ଷା ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । ଆଇଫୋନରେ ମଧ୍ୟ ଏହି ଆପ୍ କାମ କରିବା ବନ୍ଦ କରିଦେଇଛି ।
କିନ୍ତୁ ଟିକଟକ୍ ବ୍ୟତୀତ ଅନ୍ୟ ଚାଇନା ଆପ୍ ସେୟାର ଚାଟ୍, ୟୁସି ଭଳି ଆପ୍ କାମ କରୁଛି । କିଛି ଆପ୍ ଡାଉନଲୋଡ୍ ପାଇଁ ଉପଲବ୍ଧ ଅଛି ।










