5G ରେସରୁ ବାହାରିପାରେ ଚାଇନିଜ୍ କମ୍ପାନୀ Huawei,

ନୂଆଦିଲ୍ଲୀ :-ଭାରତ-ଚୀନ୍ ମଧ୍ୟରେ ତିକ୍ତତା ଥମିବାର ନାଁ ନେଉନି । ଗତକାଲି ଏନେଇ ଭାରତ ସରକାର ୫୯ ଚାଇନିଜ୍ ଆପ୍ସ ବ୍ୟାନ୍ କରିଦେଇଥିଲେ । ତେବେ ଏଥିରେ ଆଉ ଏକ ଚାଇନିଜ୍ କମ୍ପାନୀ ହୁୱୈ ମଧ୍ୟ ବଳି ପଡିପାରେ । ହୁୱୈ ଭାରତରେ ୫ଜି ସେବାର ଏକ ପ୍ରମୁଖ ଉତ୍ତରାଧିକାରୀ । ଭାରତରେ ୫ଜିର ନିଲାମି ବର୍ଷେ ପୂର୍ବେ ଟାଳିଦିଆଯାଇଥିଲା କିନ୍ତୁ ଗତ ବର୍ଷ ହୁୱୈକୁ ୫ଜି ଟ୍ରାଏଲରେ ଭାଗ ନେବା ପାଇଁ ଅନୁମତି ଦିଆଯାଇଥିଲା ।

ଆମେରିକା ସବୁ ଦେଶ ଉପରେ ହୁୱୈକୁ ବାହାର କରିବା ପାଇଁ ଚାପ ପକାଉଛି । ଆମେରିକାରେ ହୁୱୈ ପ୍ରଡକ୍ଟ ଉପରେ ମେ ୨୦୨୧ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଯାଇଛି । ସୂଚନା ଅନୁସାରେ ଗତକାଲି ମୋଦି ସରକାର ବରିଷ୍ଠ ମନ୍ତ୍ରୀଙ୍କ ସହିତ ବୈଠକରେ ୫ଜି ଉପରେ ଚର୍ଚ୍ଚା କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ, ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ, ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର ଓ ବାଣିଜ୍ୟମନ୍ତ୍ରୀ ପୀୟୁଷ ଗୋୟଲ ବୈଠକରେ ସାମିଲ ଥିଲେ ।

ବୈଠକର ଫଳାଫଳ ଜଣାପଡିନାହିଁ । ସୀମା ବିବାଦ ପରେ ଦେଶରେ ପରିବର୍ତ୍ତିତ ପରିସ୍ଥିତିରେ ହୁୱୈ ପାଇଁ ରାସ୍ତା କଠିନ ରହିବ । ସିଙ୍ଗାପୁରରେ ୫ଜି ଦୌଡରେ ହୁୱୈ ବାହାର ହୋଇସାରିଛି । ସେଠାରେ ନୋକିଆ ଓ ଏରିକ୍ସନକୁ ସୁଯୋଗ ମିଳିଛି । ଆମେରିକା ଓ ଅଷ୍ଟ୍ରେଲିଆରେ ସୁରକ୍ଷା କାରଣକୁ ନଜରରେ ରଖି ହୁୱୈକୁ ଟ୍ରାଏଲରୁ ବାହାର କରାଯାଇଛି । କୁହାଯାଉଛି କି ଭାରତ ସରକାର ମଧ୍ୟ ହୁୱୈ ଉପରେ କାର୍ଯାନୁଷ୍ଠାନ ଗ୍ରହଣ କରିପାରନ୍ତି ।

Leave a Reply

Your email address will not be published. Required fields are marked *