ଅଗଷ୍ଟ ୩୧ ପର୍ଯ୍ୟନ୍ତ ସ୍କୁଲ, କଲେଜ ମନା: ଏଣିକି ରାତି ୯ରୁ ସକାଳ ୫ କର୍ଫ୍ୟୁ, ଶନି-ରବି ବନ୍ଦ

ଭୁବନେଶ୍ୱର:-ଅଗଷ୍ଟ ୩୧ ଯାଏ ସ୍କୁଲ୍, କଲେଜ ବନ୍ଦ । ଏନେଇ ମୁଖ୍ୟ ଶାସନ ସଚିବଙ୍କ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏଣିକି ରାତି ୯ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ବଳବତ୍ତର ରହିବ । ପୂର୍ବରୁ ଏହା ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏଁ ଥିଲା । ଅନ୍ୟପଟେ ଜୁଲାଇ ୩୧ ଯାଏ ଜିମ୍, ସୁଇମିଂ ପୁଲ୍ ଆଦି ବନ୍ଦ ରହିବ ।

ଏହା ସହ ୧୦ଟି ଜିଲ୍ଲାରେ ଜାରି ରହିବ ୨ ଦିନିଆ ସଟଡାଉନ୍ । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ମୟୁରଭଞ୍ଜ, ଝାରସୁଗୁଡା ଓ କେନ୍ଦୁଝର ଜିଲ୍ଲାରେ ୨ ଦିନିଆ ସଟଡାଉନ୍ ରହିବ । ଜୁଲାଇ ୩୧ ଯାଏଁ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ ।

Leave a Reply

Your email address will not be published. Required fields are marked *