ବଢିଲା ବାବାଙ୍କ ଅଡୁଆ, ହାଇକୋର୍ଟ କୋରୋନିଲ୍ ମାମଲାରେ ଜାରି କଲେ ନୋଟିସ୍

ନୈନିତାଲ :- ଉତ୍ତରାଖଣ୍ଡ ହାଇକୋର୍ଟ ବାବା ରାମଦେବଙ୍କ ସଂସ୍ଥା ପତଞ୍ଜଳି ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଔଷଧ ବିରୁଦ୍ଧରେ ଦାୟର ହୋଇଥିବା ଯାଚିକା ବିରୁଦ୍ଧରେ ମଙ୍ଗଳବାର ଶୁଣାଣି କରିଛନ୍ତି । ମାମଲାରେ କୋର୍ଟ କେନ୍ଦ୍ର ସରକାରଙ୍କ ଆସିଷ୍ଟାଣ୍ଟ ସଲିସିଟର ଜେନେରାଲଙ୍କୁ ନୋଟିସ୍ ଜାରି କରିଛନ୍ତି । ଆଗାମୀ ଶୁଣାଣି ବୁଧବାର ଅର୍ଥାତ୍ ପ୍ରଥମ ଜୁଲାଇରେ ହେବ ।

ମଙ୍ଗଳବାର ମୁଖ୍ୟ ନ୍ୟାୟାଧୀଶ ରମେଶ ରଙ୍ଗନାଥନ ଓ ଜଷ୍ଟିସ୍ ଆରସି ଖୁଲ୍ବେଙ୍କ ଖଣ୍ଡପୀଠରେ ଉଧମସିଂହ ନଗରର ମଣି କୁମାରଙ୍କ ଜନହିତ ଯାଚିକାରେ ଶୁଣାଣି ହେଲା । ଯାଚିକାରେ କୁହାଯାଇଛି କି ବାବା ରାମଦେବ ଓ ତାଙ୍କ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣ ଗତ ମଙ୍ଗଳବାର ହରିଦ୍ୱାରରେ କରୋନା ଭାଇରସରୁ ମୁକ୍ତି ପାଇବା ପାଇଁ ପତଞ୍ଜଳୀ ଯୋଗପୀଠର ବିବ୍ୟ ଫାର୍ମାସୀ କମ୍ପାନୀ ଦ୍ୱାରା ନିର୍ମିତ କୋରୋନିଲ ମେଡିସିନକୁ ଲଞ୍ଚ କରିଥିଲେ ।

ଯାଚିକାକର୍ତ୍ତାଙ୍କ କହିବାନୁସାରେ ରାମଦେବଙ୍କ ଏହି ମେଡିସିନ୍ ଆଇସିଏମଆର ଦ୍ୱାରା ଜାରି ଗାଇଡ୍ ଲାଇନ ପାଳନ କରୁନି କିମ୍ବା ଆୟୁଷ ମନ୍ତ୍ରାଳୟ ଭାରତ ସରକାରଙ୍କ ଅନୁମତି ମଧ୍ୟ ନେଇନି । ରୋଗ ପ୍ରତିଶେଧକ କ୍ଷମତା ବଢାଇବା ଆବେଦନ କରି ବାବା ରାମଦେବ କୋରୋନିଲ୍ ମେଡିସିନ୍ ନିର୍ମାଣ କରିଦେଇଥିବା ଏଥିରେ ଅଭିଯୋଗ କରାଯାଇଛି ।

ମେଡିସିନ୍ ପ୍ରସ୍ତୁତ କରିଥିବା ଫାର୍ମାସିର କହିବାନୁସାରେ ନିମ୍ସ ବିଶ୍ୱବିଦ୍ୟାଳୟ ରାଜସ୍ଥାନରେ ମେଡିସିନର ପରୀକ୍ଷଣ କରାଯାଇଛି । ଯଦିଓ ନିମ୍ସର କହିବାନୁସାରେ ଏମିତି କୌଣସି ମେଡିସିନର କ୍ଲିନିକାଲ ପରୀକ୍ଷଣ କରାଯାଇି । ଯାଚିକାକର୍ତ୍ତା ନିଜ ଦାବିରେ କହିଛନ୍ତି କି ରାମଦେବ ବାବା ମେଡିସିନର ଭ୍ରମାତ୍ମକ ପ୍ରଚାର ପ୍ରସାର କରୁଛନ୍ତି । ଏହା ଆଇସିଏମଆରରେ ପ୍ରମାଣିତ ମଧ୍ୟ ନୁହେଁ । ତାଙ୍କ ପାଖରେ ଏହାକୁ ପ୍ରସ୍ତୁତ କରିବା ପାଇଁ ଲାଇସେନ୍ସ ମଧ୍ୟ ନାହିଁ ।

ଦିବ୍ୟ ଫାର୍ମାସୀ ଗତ ମଙ୍ଗଳବାର କରୋନା ମେଡିସିନ୍ ବାହାର କରିଥିବା କଥା କହିଥିଲା । ଏହା ପରଠୁ ପତଞ୍ଜଳୀ ମେଡିସିନ୍ ଉପରେ ଅନେକ ପ୍ରଶ୍ନ ଉଠୁଛି । ଉତ୍ତରାଖଣ୍ଡ ଆୟୁଷ ମନ୍ତ୍ରାଳୟ ନୋଟିସ୍ ଜାରି କରି ଏହାର ପ୍ରଚାର ପ୍ରସାର ରୋକିବା ପାଇଁ ନିର୍ଦ୍ଦେଶ ଦେଇଥିଲା ।

Leave a Reply

Your email address will not be published. Required fields are marked *