ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାର ତଦନ୍ତ କରିବ କ୍ରାଇମ୍ବ୍ରାଞ୍ଚ,
ରାଉରକେଲା:- ସୁନ୍ଦରଗଡ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଏବଂ ଗର୍ଭପାତ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ ଡିଜି ଅଭୟ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଖବର ପ୍ରସାରଣ କରିବା ପରେ ଅଭିଯୁକ୍ତ ବୀରମିତ୍ରପୁର ଆଇଆଇସିଙ୍କୁ ନିଲମ୍ବନ କରାଯାଇଥିଲା । ଅଭିଯୁକ୍ତ ବୀରମିତ୍ରପୁର ଆଇଆଇସି ଆନନ୍ଦ ମାଝୀ ଏବେବି ଫେରାର ଅଛନ୍ତି । ସଂପୃକ୍ତ ଥାନାବାବୁଙ୍କୁ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।
ଏପର୍ଯ୍ୟନ୍ତ ପୋଲିସ କାହାରିକୁ ଗିରଫ କରିନଥିବା ବେଳେ ଖୋଦ୍ ମୁଖ୍ୟ ଅଭିଯୁକ୍ତଙ୍କ ପତ୍ତା ପାଉନି ପୋଲିସ । ସେପଟେ ନାବାଳିକାଙ୍କ ୧୬୪ ଧାରାରେ ବୟାନ ରେକର୍ଡ ସରିଯାଇଛି । ଅଭିଯୁକ୍ତମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସହ ନିଲମ୍ବିତ ଥାନା ଅଧିକାରୀଙ୍କୁ ଗିରଫ ଦାବିରେ ଆସନ୍ତା ଦୁଇ ତାରିଖରେ ରାଉରକେଲା କଂଗ୍ରେସ ବୀରମିତ୍ରପୁର ବନ୍ଦ ଡାକରା ଦେଇଛି ।
ଘଟଣାକୁ ଏ ପର୍ଯ୍ୟନ୍ତ ୧୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ସମସ୍ତଙ୍କୁ ଅନ୍ଧାରରେ ରଖିଥିବା ଅଭିଯୋଗ ହୋଇଛି । ନିଲମ୍ବନ ହୋଇଥିବା ଥାନାବାବୁଙ୍କ ସହଯୋଗୀ ସେହି ଥାନାର କର୍ମଚାରୀ କିଏ ତାହା କାହିଁକି କହୁନାହିଁ ପୋଲିସ । ସେପଟେ ପ୍ରଶ୍ନ ଉଠୁଛି ମାମଲାର ଅନ୍ୟ ଅଭିଯୁକ୍ତମାନେ ଏବେ କେଉଁଠି ?










