କରୋନା ଭାଇରସ୍ କେଉଁଠାରୁ ଆସିଛି ତାହା ପତା କରିବାକୁ ଚୀନ୍ ଯିବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟିମ୍

ନୂଆଦିଲ୍ଲୀ:-ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଖୁବ ଶୀଘ୍ର ଏକ ଟିମ ଚୀନକୁ ପଠାଇବ ବୋଲି ସୋମବାର ଦିନ କହିଥିଲା | ଏହି ଟିମ କରୋନା ଭାଇରସ ସୋତ୍ର ପତା କରିବେ | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ବର୍ତ୍ତମାନ ଏହା ଜାଣିବା ଅତ୍ୟନ୍ତ ଜରୁରୀ ହୋଇପଡିଲାଣି ଯେ କରୋନା ଭାଇରସ ଆସିଲା କେଉଁଠୁ | ସଂଗଠନ ଚେତାବନୀ ଜାରି କରି କହିଛନ୍ତି ଯେ ସଂକ୍ରମଣର ଏହାଠାରୁ ବି ଖରାପ ପର୍ଯ୍ୟାୟ ଆସିବା ବାକି ଅଛି | ଏବେ ମଧ୍ୟ ଦୁନିଆର ବଡ ବଡ ଦେଶ ସଂକ୍ରମଣକୁ ନେଇ ରାଜନୀତି କରୁଛନ୍ତି ଯାହାର ପରିଣାମ ବହୁତ ଖରାପ ହେବ ବୋଲି ସଂଗଠନ କହିଛି |

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରମୁଖ ଟେଡ୍ରୋସ୍ ଆଡାନୋମ୍ ଗିବ୍ରିଓସ୍ ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ‘ଯଦି ଆମେ ଭାଇରସ ସମ୍ପର୍କରେ ସବୁକିଛି ଭଲ ଜାଣିପାରିବ ତାହେଲେ ଆମେ ସଠିକ ତରିକାରେ ଭାଇରସ ସହ ଲଢ଼ି ପରିବା | ସେଥିପାଇଁ ଭାଇରସ କେଉଁଠାରୁ ଆସିଛି ତାହା ପତା କରିବା ମଧ୍ୟ ଜରୁରୀ |’ ସେଥିପାଇଁ ଆସନ୍ତା ସପ୍ତାହରେ ସଂଗଠନ ଏକ ଟିମ ଚୀନକୁ ପଠାଇବ ବୋଲି ସେ କହିଛନ୍ତି | ତେବେ ଟିମରେ କିଏ କିଏ ରହିବେ ସେ ସମ୍ପର୍କରେ ସେ ସୂଚନା ଦେଇନାହାନ୍ତି |

ମେ ଆରମ୍ଭରୁ ହିଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚୀନକୁ ବାରମ୍ବାର କହିଛି ଯେ ସେ ବିଶେଷଜ୍ଞଙ୍କୁ ଡାକନ୍ତୁ ଯିଏ କରୋନା ଭାଇରସର ଏନିମଲ ସୋର୍ସ ପତା କରିବାକୁ ସାହାଯ୍ୟ କରିବେ | ବୈଜ୍ଞାନିକଙ୍କ କହିବାନୁଯାୟୀ, ଭାଇରସ ପଶୁଙ୍କ ଠାରୁ ମଣିଷ ଶରୀରକୁ ସଂକ୍ରମିତ କରିଛି | ସମ୍ଭବତଃ ବୁହାନର ବଜାରରୁ ଯେଉଁଠାରେ ଅସାଧାରଣ ପଶୁଙ୍କ ମାଂସ ବିକ୍ରି ହୁଏ, ସେଠାରୁ ଭାଇରସ ଆସିଥିବ |

ସେପଟେ କରୋନା ଭାଇରସର ଦ୍ୱିତୀୟ ପର୍ଯ୍ୟାୟ ଚୀନ ସରକାରଙ୍କ ନିଦ ହଜାଇ ଦେଇଛି | ଦ୍ୱିତୀୟ ପର୍ଯ୍ୟାୟରେ ବେଜିଙ୍ଗରୁ ୧୫୦ କିମି ଦୂର ହୁବେଇ ପ୍ରାନ୍ତରେ ବୁହାନ ଭଳି କଡାକଡି ନିୟମ ଲାଗୁ କରାଯାଇଛି | ଚୀନ ମିଡ଼ିଆ କହିବାନୁଯାୟୀ, ଏହି ଅଞ୍ଚଳରେ ଲକ ଡାଉନ ଜାରି କରାଯାଇଛି ଯେଉଁଥିପାଇଁ ପାଖାପାଖି ୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି | ଗତ ୨୪ ଘଣ୍ଟାରେ ବେଜିଙ୍ଗରେ କରୋନାର ୧୪ ନୂଆ ମାମଲା ସାମ୍ନାକୁ ଆସିଛି | ଜୁନ ମାସ ମଧ୍ୟ ଭାଗରେ ଏକ ଫୁଡ ମାର୍କେଟ ଯୋଗୁଁ କରୋନା ରୋଗୀ ସଂଖ୍ୟା ବୃଦ୍ଧି ପାଇ ୩୧୧ ହୋଇଥିଲା | ବେଜିଙ୍ଗରେ ପୁଣି ସ୍କୁଲ ବନ୍ଦ କରିଦିଆଯାଇଛି | ବେଜିଙ୍ଗରୁ ବାହାରକୁ ଯାଉଥିବା ଲୋକଙ୍କୁ କରୋନା ନେଗେଟିଭ ରିପୋର୍ଟ ଦେବାକୁ ପଡୁଛିl

Leave a Reply

Your email address will not be published. Required fields are marked *