ଆଜିଠୁ ୩୦ତାରିଖ ଯାଏଁ ପାରଳାଖେମୁଣ୍ଡି ସଟ୍‌ଡାଉନ୍‌

ଗଜପତି :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରକୁ ୩ ଦିନ ପାଇଁ ସଟଡାଉନ୍ କରାଯାଇଛି। ଆଜିଠୁ ୩୦ ତାରିଖ ଯାଏଁ ପାରଳାଖେମୁଣ୍ଡି ସମେତ ଗୋଷାଣୀ ଓ ଗୁମ୍ମା ବ୍ଲକ୍, ରାଣୀପେଣ୍ଠ ଗ୍ରାମ ପଞ୍ଚାୟତ ଓ କାଶୀନଗର ବ୍ଲକକୁ ସଟଡାଉନ୍ କରାଯାଇଛି । ଏହି ସମୟରେ ୪୦ଟି ମେଡିକାଲ ଟିମ୍ ଲକ୍ଷଣ ଥିବା ଲୋକଙ୍କର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବେ । ଲୋକଙ୍କୁ ସହଯୋଗ କରିବାକୁ ଗଜପତି ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।ସୂଚନାଯୋଗ୍ୟ ଯେ, ଗଜପତି ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢାଚାଲିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୪୨୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯୪ଟି ଆକ୍ଟିଭ୍‌ କେସ୍‌ ରହିଛି । ସେହିପରି ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୩୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିସାରିଲେଣ । ଜିଲ୍ଲାରେ କିପରି ସଂକ୍ରମଣ ସଂଖ୍ୟା ଅଧିକ ନହେବ , ସେଥିପାଇଁ ପଦକ୍ଷେପ ମୂଳକ ଭାବେ ବିଭିନ୍ନ କାର୍ଯ୍ୟପନ୍ଥା ହାତକୁ ନେଉଛି ଜିଲ୍ଲା ପ୍ରଶାସନ ।

 

Leave a Reply

Your email address will not be published. Required fields are marked *