କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ହେବ dexamethasone ଷ୍ଟେରଏଡ୍, ଅନୁମତି ଦେଲେ ସରକାର

ନୂଆଦିଲ୍ଲୀ:-ସାରା ଦେଶରେ କରୋନା ମହାମାରୀରେ ସଂକ୍ରମଣ ଏବଂ ମୃତକଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢିବାରେ ଲାଗିଛି। ଏହା ଭିତରେ ସରକାର କରୋନା ଚିକିତ୍ସା ପାଇଁ ଶସ୍ତା ଷ୍ଟେରଏଡ୍  dexamethasone ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି। ଏହି ଔଷଧ Methylprednisolone ର ବିକଳ୍ପ ଭାବରେ କାମ କରିବ ଓ ଏହାକୁ ମଡରେଷ୍ଟ ତଥା ଗମ୍ଭୀର ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କରାଯିବ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସେ ନେଇ ଏକ ପ୍ରୋଟୋକଲ୍ ଜାରି କରାଯାଇଛି। ଏହା କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ପାଇଁ ରହିଛି। ଚଳିତ ମାସ ମନ୍ତ୍ରଣାଳୟ ପକ୍ଷରୁ କରୋନାର ଲକ୍ଷଣ ସୂଚୀକୁ ସଂଶୋଧିକ କରାଯାଇଥିଲା।  କାହାକୁ ଗନ୍ଧ ଓ ସ୍ବାଦ ଯଦି ଅନୁଭବ ନହୁଏ ତେବେ ଏହାକୁ କରୋନର ଲକ୍ଷଣରେ  ସାମିଲ କରାଯିବ।ଦେଶରେ କରୋନାର ମାମଲା ଦ୍ରୁତ ବୃଦ୍ଧି ପାଉଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଆଜି ସକାଳ ପର୍ଯ୍ୟନ୍ତ ସଂଖ୍ୟା ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମଣ ରେକର୍ଡ ୧୮୫୫୨ ମାମଲା ସାମନାକୁ ଆସିଛି। ଏହି ସମୟରେ ୩୮୪ ଜଣ ଲୋକଙ୍କର ଏହି ମହାମାରୀ  କାରଣରୁ ମୃତ୍ୟୁ ହୋଇଛି ଓ ୧୦୨୪୪ ରୋଗୀ ରିକଭର ହୋିଛନ୍ତି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୮୯୫୩ ପହଁଞ୍ଚି ସାରିଚି। ଏଥିରେ ୨୯୫୮୮୧ ରୋଗୀ ରିକଭର ହୋଇସାରିଛନ୍ତି। ସେଭଳି ୧୫୬୮୫ ଲୋକଙ୍କର ମୃତ୍ୟୁ ହୋଇସାରିଚି। ଭାରତ ବିଶ୍ବରେ କରୋନାରୁ ଅଧିକ ପ୍ରଭାବିତ ଦେଶଙ୍କ ସୂଚନୀରେ ୪ର୍ଥ ସ୍ଥାନରେ ରହିଛି।

Leave a Reply

Your email address will not be published. Required fields are marked *