ସୁଶାନ୍ତଙ୍କ ପାରିବାରିକ ବନ୍ଧୁଙ୍କ ଦାବି, ସନ୍ଦୀପ ସିଂଙ୍କ କଲ୍ ରେକର୍ଡ ଯାଞ୍ଚ କରାଯାଉ

ନୂଆଦିଲ୍ଲୀ,:- ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସମସ୍ତଙ୍କୁ ଏକ ପ୍ରକାର ସ୍ତବ୍ଧ କରିଦେଇଛି। କେବଳ ପରିବାର ଲୋକ ନୁହନ୍ତି ତାଙ୍କର ଫ୍ୟାନମାନେ ମର୍ମାହତ ହୋଇଛନ୍ତି। ପୋଲିସ ତାଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ କରୁଛି। ଏନେଇ ଏପର୍ଯ୍ୟନ୍ତ ୨୫ ଜଣଙ୍କ ବୟାନ ନିଆଯାଇଛି। ସେମାନଙ୍କ ଭିତରେ ସୁଶାନ୍ତଙ୍କ ବାପା, ଭଉଣୀ, ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ସହିତ ବହୁ ଲୋକ। ନିକଟରେ ତାଙ୍କ ସାଙ୍ଗ ସନ୍ଦୀପ ସିଂଙ୍କୁ ମଧ୍ୟ ପଚରାଉଚରା କରିବାକୁ ଡକାଯାଇଥିଲା, ଯାହାଙ୍କର ସାଇନ୍ ପରେ ସୁଶାନ୍ତଙ୍କ ପାର୍ଥିବ ଶରୀରକୁ ହ୍ୟାଣ୍ଡଓଭର କରାଯାଇଥିଲା।ସୁଶାନ୍ତଙ୍କ ପରିବାରର ସମ୍ପର୍କୀୟ ବୋଲି କୁହାଯାଉଥିବା ନିଳୋତ୍ପଳ ନାମକ ଜଣେ ବ୍ୟକ୍ତି ମୁମ୍ବାଇ ପୋଲିସକୁ ଚିଠି ଲେଖିଛନ୍ତି। ସେ କହିଛନ୍ତି, ସନ୍ଦୀପ ସିଂଙ୍କୁ କେଉଁ ଆଧାରରେ ​କ୍ଳିନଚିଟ୍ ଦିଆଗଲା,ଯାହାଙ୍କ ଉପରେ ଅଙ୍ଗୁଳି ଉଠୁଛି। ପୋଲିସର ଯାଞ୍ଚ ଚାଲିଛି, ଏହା ଭିତରେ ମିଡିଆକୁ ଡକାଇ ଏଭଳି କଥା ହେବା ସନ୍ଦୀପକୁ ସନ୍ଦେହ ଘେରକୁ ଆଣୁଛି। ଉଲ୍ଲେଖନୀୟ ଯେ, ସନ୍ଦୀପ ସିଂ ହେଉଛନ୍ତି ସୁଶାନ୍ତଙ୍କର ଜଣେ ଭଲ ବନ୍ଧୁ। ଏପରିକି ସେମାନେ ରୁମ୍ ପାର୍ଟନର ମଧ୍ୟ ଥିଲେ। ସାମ୍ବାଦିକତାରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ଭଂଶାଲୀ ପ୍ରଡକ୍ସନ ହାଉପରେ ସିଇଓ ଭାବରେ କାମ କରିଥିଲେ। ଏହାପରେ ମ୍ୟାରିକମ, ଆଲିଗଡ, ସରବଜିତ୍, ଭୂମି ଓ ପିଏମ୍ ନରେନ୍ଦ୍ର ମୋଦି ଫିଲ୍ମର ପ୍ରଡ୍ୟୁସର ରହିସାରିଛନ୍ତି। ଏପରିକି ସୁଶାନ୍ତ ତାଙ୍କ ଆଗାମୀ ଫିଲ୍ମ ‘ବନ୍ଦେ ଭାରତମରୁ ଫିଲ୍ମ ପ୍ରଡ୍ୟୁସର ହେବାକୁ ଯାଉଥିଲେ। ଆଉ ଏହି ଫିଲ୍ମରେ ଡାଇରେକ୍ଟର ଥିଲେ ସନ୍ଦୀପ।ନିଳୋତ୍ପଳ ଅଭିଯୋଗ କରିଛନ୍ତି ଯେ, ସନ୍ଦୀପ ଇଣ୍ଡଷ୍ଟ୍ରୀରେ କାହାର ଚାପରେ ଆସି ନିଜର ଫ୍ୟୁଚର ପାଇଁ ଏଭଳି କରୁଛନ୍ତି। ଏହି ଚିଠିରେ ଦାବି କରାଯାଇଛି ଯେ, ସନ୍ଦୀପଙ୍କ ଫୋନର ଫରେନସିକ୍ ଯାଞ୍ଚ କରାଯାଉ, ଯାହାଫଳରେ ଜଣାପଡି ସେ ସୁଶାନ୍ତଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ପରିବର୍ତ୍ତନ କରିଥାଇ ପାରନ୍ତି। ଏହା ସହ ତାଙ୍କର କଲ୍ ରେକର୍ଡ ମଧ୍ୟ ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *