କରୋନା କାଳରେ ରେକର୍ଡ ଭାଙ୍ଗୁଛି ତୈଳ ଦର, ପ୍ରତିଦିନ ବଢ଼଼ି ଚାଲିଛି ଡ଼ିଜେଲ ଓ ପେଟ୍ରୋଲ ଦାମ୍

ଭୁବନେଶ୍ୱର, :-ପ୍ରତି ଦିନ ହୁ ହୁ ବଢ଼଼ି ଚାଲିଛି ଡ଼ିଜେଲ ଓ ପେଟ୍ରୋଲ ଦର । ସତେ ଯେମିତି ଲାଗୁଛି ଜଣେ ଆଉ ଜଣକୁ ଟକ୍ଟର ଦେଉଛି । ଯାହାର ସିଧା ସଳଖ ପ୍ରଭାବ ବସ ଚଳାଚଳ ଓ ପେଟ୍ରୋଲ ପମ୍ପ ମାଲିକଙ୍କ ଉପରେ ପଡ଼ିଛି । ଜୟପୁରରେ ବେସରକାରୀ ବସ ମାଲିକ ସଂଘ ବସ ଚଳଚଳ ବନ୍ଦ କରିବାକୁ ନିଷ୍ପତି ନେଇଥିବା ବେଳେ  ପେଟ୍ରୋଲ ପମ୍ପ ମାଲିକ କିପରି ଆଗକୁ  ବ୍ୟବସାୟ  ହେବ ତାକୁ ନେଇ ଏବେ ଚିନ୍ତା କରୁଛି । ଗୋଟିଏ ପଟେ କରୋନା କଟକଣା ଅନ୍ୟପଟେ ତେଲ ଦର ବୃଦ୍ଧ,ି ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ହୋଇଛି ।

କୋଭିଡ଼୧୯  ପାଇଁ ଗତ ୪ ମାସ ହେଲା ବସ ଚଳା ଚଳ ବନ୍ଦ ରହିଥିଲା  ଯାହାକୁ ନେଇ ବସ ମାଲିକ ସଂଘକୁ ଅନେକ କ୍ଷତି ସହିବାକୁ ପଡ଼ିଛି ।  ବର୍ତମାନ ସରକାର ବସ ଚଳା ଚଳ ପାଇଁ ସର୍ତ ମୁଳକ ଅନୁମତି ଦେବା ପରେ  କୋରାପୁଟ ଜିଲ୍ଳାରେ ଅଳ୍ପ କେତୋଟି ବସ  ଗଡ଼ିବା ଆରମ୍ଭ କରିଥିଲା  ।  ମାଲିକମାନେ ଆଶା କରିଥିଲେ ଡ଼୍ରାଇଭର ଓ କଣ୍ଡକ୍ଟରଙ୍କ ଜୀବିକା ବଚିଂବ ଏବଂ ଗାଡ଼ି ଟ୍ୟାକ୍ସ ବାନ୍ଧିବାକୁ ପଇସା ମିଳିବ । ହେଲେ ସରକାରଙ୍କ କଟକଣା ଭିତରେ ଯେତିକି ଯାତ୍ରୀ ବାହାରୁଛନ୍ତି ସେଥିରେ ଦରମା ତ ଦୁରର କଥା ତେଲ ପଇସା ବି ମିଳୁନାହିଁ । ଏଭଳି ସ୍ଥିତିରେ ବସ ଚଲାଇବା କଷ୍ଟ କର ହୋଇପଡ଼ିଛି । ଆଉ ଏହାରି ଭିତରେ ତେଲ ଦର ପ୍ରାୟ ପ୍ରତିଦିନ ବଢିବାରୁ ଜୟପୁର ବେସରକାରୀ ବସ ମଲିକ ସଂଘ ଆଜି ଠାରୁ ବସ ଚଳାଚଳ  ବନ୍ଦ କରିବା କୁ ନିଷ୍ପତି ନେଇଛି ।

Leave a Reply

Your email address will not be published. Required fields are marked *