ଭୁବନେଶ୍ୱର ଶ୍ରୀବିହାର ଅଂଚଳରେ ଆପାର୍ଟମେଂଟ ସିଲ କଲା ପ୍ରଶାସନ

ଭୁବନେଶ୍ୱର :-ଭୁବନେଶ୍ୱର ଶ୍ରୀବିହାର ଅଂଚଳର ଏହି  ଆପାର୍ଟମେଂଟଟି ନିର୍ମାଣଧୀନ ରହିଛି । ପ୍ରଶାସନର ଅଗୋଚରରେ ପଶ୍ଚିମବଙ୍ଗ ମୁର୍ଶିଦାବାଦରୁ କିଛି ଶ୍ରମିକ ଆସି ଏଠାରେ କାମ କରୁଥିଲେ ।ଦୀର୍ଘଦିନ ହେଲା ଏମାନେ ଏହି ଆପାର୍ଟମେଂଟରେ ରହିବା ସହ କାମ କରୁଥିବା ବେଳେ ଆଖପାଖ ଅଂଚଳରେ ବୁଲାବୁଲି କରୁଥିଲେ ।ପଶ୍ଚିମବଙ୍ଗରେ କରୋନାରସଂକ୍ରମଣ ଅଧିକ ରହିଥିବାରୁ ଏବଂ ଓଡିଶାକୁ ପଶ୍ଚିମବଙ୍ଗରୁ ସଂକ୍ରମଣ ବ୍ୟାପୁଥିବାରୁ ପ୍ରଶାସନ ପଦକ୍ଷେପ ନେଇଛି । ନିର୍ମାଣଧୀନ ଆପାର୍ଟମେଂଟକୁ ସିଲ କରିବା ସହ ତାରି ଭିତରେ ଶ୍ରମିକ ମାନଙ୍କୁ ୧୪ ଦିନ କ୍ୱାରେନଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅବଧି ଭିତରେ ଶ୍ରମିକଙ୍କ ଠାରେ ଲକ୍ଷଣ ଦେଖାଗଲେ ସେମାନଙ୍କୁ କୋଭିଡ ହସ୍ପିଟାଲ ପଠାଯିବ ନଚେତ ଛାଡିଦିଆଯିବ  । ସେପଟେ ଆଖପାଖ ଅଂଚଳରେ ରହୁଥିବା ଲୋକଙ୍କୁ ଘରୁ ନବାହାରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *