ଚୀନର ମୁକାବିଲା ପାଇଁ ମୁତୟନ ହେବେ ଆମେରିକୀୟ ସେନା, ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓଙ୍କ ସୂଚନା

ଓ୍ବାଶିଂଟନ୍,:-ଭାରତ ଓ ଚୀନ୍ ଭିତରେ ଗତ କିଛି ଦିନ ଧରି ଜାରି ରହିଛି ବିବାଦ। ଏହା ଭିତରେ  ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ କହିଛନ୍ତି, ଭାରତ ଓ ଦକ୍ଷିଣ-ପୂର୍ବ ଏସିଆରେ ବିପଦ ସୃଷ୍ଟି କରୁଥିବା ଚୀନ୍ କାରଣରୁ ତାଙ୍କ ଦେଶ ୟୁରୋପରୁ ସେନା କମ୍ କରି ଅନ୍ୟ ସ୍ଥାନରେ ମୁତୟନ କରୁଛି। ପୋମ୍ପିଓ ବ୍ରସେଲ ଫୋରମରେ ନିଜର ଏକ ଭର୍ଚୁଆଲ ସମ୍ବୋଧନ ସମୟରେ ଏକ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି। ପୋମ୍ପିଓଙ୍କ ଏହି ଟିପ୍ପଣୀ ଭାରତ ଓ ଚୀନ୍ ଭିତରେ ଜାରି ବିବାଦ ନେଇ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି।

ପୋମ୍ପିଓଙ୍କୁ ଯେତେବେଳେ ପଚରାଯାଇଥିଲା ଜର୍ମାନରୁ ଆମେରିକା ନିଜର ସେନା କାହିଁକି କମ୍ କରୁଛି? ତାଙ୍କର ଜବାବ୍ ଥିଲା- ତାଙ୍କୁ ଅନ୍ୟ ସ୍ଥାନକୁ ଯାଉଛି। ସେ ଚୀନକୁ ଭାରତ ଓ ଦକ୍ଷିଣପୂର୍ବ ଏସିଆ ପାଇଁ ବିପଦ ବୋଲି କହିଛନ୍ତି। ତାଙ୍କୁ ଯେତେବେଳେ ପଚରାଯାଇଥିଲା, ଜର୍ମାନରେ ଆମେରିକା ସେନାର ଦଳକୁ କାହିଁକି ହ୍ରାସ କରାଯାଉଛି? ଏହାର ଉତ୍ତରରେ ପୋମ୍ପିଓ କହିଥିଲେ, ସେଠାରୁ ହଟାଯାଇ ଅନ୍ୟ ସ୍ଥାନରେ ମୁତୟନ କରାଯାଉଛି।

ଚୀନର କ୍ଷମତାଶୀନ କମ୍ୟୁନିଷ୍ଟ ପାର୍ଟିର କାର୍ଯ୍ୟକଳାପ କାରଣରୁ ଭାରତ, ଭିଏତନାମ, ମାଲେସିଆ, ଇଣ୍ଡୋନେସିଆ ଓ ଦକ୍ଷିଣ ଚୀନ୍ ସାଗର ଆଖପାଖରେ ବିପଦ ସୃଷ୍ଟି ହୋଇଛି। ଆମେ ସୁନିଶ୍ଚିତ କରିବୁ ଯେ, ଆମେରିକା ସେନା ଏହି ଚ୍ୟାଲେଞ୍ଜକୁ ସାମନା କରିବା ପାଇଁ ସଠିକ୍ ସ୍ଥାନରେ ମୁତୟନ ହେବେ।

Leave a Reply

Your email address will not be published. Required fields are marked *