ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝିଅ ନାଁରେ ଥାନାରେ ମାମଲା

କରୋନା କଟକଣାକୁ ଉଲ୍ଲଘଂନ କରି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସ ଝାରସୁଗୁଡ଼ା ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ସଭା ଆୟୋଜନ କରିଥିବାରୁ ତାଙ୍କ ବିରୁଦ୍ଧରେ ଆଜି କଂଗ୍ରେସ ପକ୍ଷରୁ ଥାନା ଏକ ମାମଲା ରୁଜୁ ହୋଇଛି। ସରକାରୀ କୋଠାରେ ମନ୍ତ୍ରୀ ଶ୍ରୀ ଦାସଙ୍କ ଝିଅକୁ ସଭା ଆୟୋଜନ କରିବାକୁ କିଭଳି ଅନୁମତି ମିଳିଲା ତା’ର ତଦନ୍ତ ପାଇଁ ମଧ୍ୟ କଂଗ୍ରେସ ଦାବି କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ମନ୍ତ୍ରୀ ଶ୍ରୀ ଦାସଙ୍କ ପରିବାର ସଦସ୍ୟଙ୍କ ନାଁରେ ଗଠିତ ନରସିଂହ-ବିଷ୍ଣୁପ୍ରିୟା ଟ୍ରଷ୍ଟ ପକ୍ଷରୁ ଜୁନ୍ ୨୨ତାରିଖରେ ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା। ଖିଦମତ୍ କମିଟି ସହାୟତାରେ ଏହି ସମ୍ବର୍ଦ୍ଧନା ସଭାଟି ମନ୍ତ୍ରୀ ଶ୍ରୀ ଦାସଙ୍କ ଝିଅ ତଥା ତାଙ୍କ ପ୍ରତିନିଧି ଦୀପାଳି ଦାସଙ୍କ ଉପସ୍ଥିତିରେ ପ୍ରାୟ ୩ଘଣ୍ଟା ଧରି ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *