ବିଶ୍ବପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ଖୋଲିବା ନେଇ ମିଳିଲା ସଙ୍କେତ, ଅନ୍ଲାଇନ୍ରେ ଟିକେଟ୍ ବିକ୍ରି ବ୍ୟବସ୍ଥା
କୋଣାର୍କ :-କୋଭିଡ୍-୧୯ ଯୋଗୁଁ କେନ୍ଦ୍ର ସରକାର ପ୍ରତ୍ୟେକ ଐତିହ୍ୟ ସ୍ଥାନ ଓ ମନ୍ଦିରକୁ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ବାରଣ କରିବା ସହ ମନ୍ଦିରଗୁଡ଼ିକୁ ବନ୍ଦ କରାଯାଇଥିଲା । କରୋନା ଭାଇରସ୍ ସଂକ୍ରମଣ ନ ହେବା ଲାଗି ଗତ ମାର୍ଚ୍ଚ ୧୫ ତାରିଖଠାରୁ ଏହି ବିଶ୍ବପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିରକୁ ତାଲା ପକାଇ ଥିଲା ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ।ମନ୍ଦିର ତାଲା ଝୁଲିବା ପରେ ପୁଣିଥରେ ମନ୍ଦିର ଖୋଲାଯିବାର ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ ସଙ୍କେତ ମିଳିଛି । ଯାହାଫଳରେ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଅନ୍ ଲାଇନ୍ ଟିକେଟ୍ ବିକ୍ରି ହେବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯାଇ ମନ୍ଦିର ପ୍ରବେଶ ଦ୍ଵାର ସମ୍ମୁଖରେ ୨ ମିଟର ଦୂରତା ରଖାଯାଇ ୫୦ ଗୋଟି ବୃତ୍ତାକାର କରାଯାଇଛି ।ମନ୍ଦିର ଭିତରକୁ ଦିନକୁ ପ୍ରାୟ ୧ ହଜାର ପର୍ଯ୍ୟଟକ ଛଡ଼ା ଯିବାର ବ୍ୟବସ୍ଥା କରାଯିବା ସହ କ୍ରମାଗତ ଭାବରେ ୫୦ ଜଣ ଲେଖାଏଁ ପର୍ଯ୍ୟଟକଙ୍କୁ ଛଡ଼ା ଯିବାର ବ୍ୟବସ୍ଥା କରାଯବ ବୋଲି ଜଣାପଡିଛି । ଜୁଲାଇ ୧ରୁ ସୂର୍ଯ୍ୟ ମନ୍ଦିର ଖୋଲାଯିବ ବୋଲି ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାବାର ସୂଚନା ମିଳିଥିବା ବେଳେ ମନ୍ଦିର ଖୋଲା ଯିବା ଜଣା ପଡିବା ପରେ କୋଣାର୍କ ଅଞ୍ଚଳରେ ଖୁସିର ବାତାବରଣ ଖେଳିଯାଇଛି ।