ଭିଜିଲାନ୍ସ ଜାଲରେ ପୋଲିସ୍‌ ଏସ୍‌ଆଇ, ମାମଲା ରଫାଦଫା ପାଇଁ ନେଉଥିଲେ ଲାଞ୍ଚ,

ବ୍ରହ୍ମପୁର:- ଭିଜିଲାନ୍ସ ଜାଲରେ ପୋଲିସ୍‌ ଏସ୍‌ଆଇ। ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜଗନ୍ନାଥ ପ୍ରସାଦ ଥାନାର ଏସ୍‌ଆଇ ସିଦ୍ଧାର୍ଥ କୁମାର ଗୌଡ ଧରା ପଡିଛନ୍ତି। ଥାନାକୁ ଆସିଥିବା ଏକ ମାମଲା ସାମାଧାନ କରି ଦେବେ କହି ୩ ହଜାର ଟଙ୍କା ଡିମାଣ୍ଡ କରିଥିଲେ। ମିଳିଥିବା ସୂଚନା ଅନୁସାରେ ପି.ରାଜା ସେନାପତି ନାମକ  ଜଣେ ବ୍ୟକ୍ତିଙ୍କଠାରୁ ୩ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ଜାଲରେ ଏସ୍‌ଆଇ ବାବୁ ଜଣଙ୍କ ଧରା ପଡିଛନ୍ତି। ଏହି ଲାଞ୍ଚ ନେବା ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ସଂପୃକ୍ତ ଏସ୍‌ଆଇଙ୍କ ବିରୋଧରେ କେସ୍‌ ନଂ.୮/୨୦୨୦ରେ ମାମଲା ରୁଜୁ କରିଛି। ଏହି ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ସଂପୃକ୍ତ ଏସ୍‌ଆଇଙ୍କ ବିରୋଧ ତଥ୍ୟ ସଂଗ୍ରହ କରୁଛି। ଏହା ପୂର୍ବରୁ ଏସ୍‌ଆଇଙ୍କ ନାଁ ଏମିତି କିଛି ମାମଲା ରହିଛି କି ? ସେନେଇ ବ୍ରହ୍ମପୁର ଭିଜିଲାନ୍ସ ତନାଘନା ଆରମ୍ଭ କରିଛି। ଏ ସଂପର୍କରେ ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀଙ୍କୁ ଭିଜିଲାନ୍ସ ଅଧିକାରୀମାନେ ପଚାରଉଚାର କରିଛନ୍ତି। ସଂପୃକ୍ତ ଏସ୍‌ଆଇଙ୍କ ବିରୋଧରେ ଅଧିକ ତଥ୍ୟ ସଂଗ୍ରହ କରୁଛି ବ୍ରହ୍ମପୁର ଭିଜିଲାନ୍ସ।

Leave a Reply

Your email address will not be published. Required fields are marked *