ମାଓବାଦୀଙ୍କ ଲଙ୍କାକାଣ୍ଡ, ମାଲକାନଗିରି ସୀମାରେ ରାସ୍ତା ନିର୍ମାଣକୁ ବିରୋଧ କରି ୬ଟି ଗାଡି ଜାଳିଦେଲେ

ମାଲକାନଗି:-ମାଲକାନଗିରି ସୀମାରେ ମାଓବାଦୀଙ୍କ ଲଙ୍କା କାଣ୍ଡ । ରାସ୍ତା କାମ ନିର୍ମାଣକୁ ବିରୋଧ କରି ସୁକୁମା ଜିଲ୍ଲା କୁକାନାର ଥାନା ଧନିକୋତା ଗାଁରେ ଯାନବାହନ ପୋଡ଼ିଲେ ମାଓବାଦୀ । ୬ଟି ଗାଡ଼ିକୁ ପୋଡ଼ି ଦେଇଛନ୍ତି ମାଓବାଦୀ । ପୂର୍ବରୁ ମଧ୍ୟ ଅନେକ ଧର ରାସ୍ତା କାମକୁ ବିରୋଧ କରି ମାଓବାଦୀମାନେ ଗାଡ଼ିମଟର ପୋଡ଼ିଥିବାର ସୂଚନା ମିଳିଛି ।ସୁକମା ଜିଲ୍ଲାର କୁକନର ଥାନା ଅନ୍ତର୍ଗତ କୋତଣାଗର ଅଞ୍ଚଳରେ ରାସ୍ତା କାମ ଚାଲିଛି। ନକ୍ସଲ ଏହି ରାସ୍ତା କାମକୁ ବିରୋଧ କରି ଆସୁଥିଲେ। କିନ୍ତୁ ରାସ୍ତା କାମ ଜୋରସୋରରେ ଚାଲିଥିଲା। ରାସ୍ତା କାମ ଚାଲିଥିବା ଜାଣିବା ପରେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ନକ୍ସଲ ରାସ୍ତା କାମ ନିକଟରେ ପହଞ୍ଚି କାମରେ ନିୟୋଜିତ ଥିବା ୬ଟି ଗାଡ଼ିକୁ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ପୁଲିସ ଘଟଣା ସ୍ଥାନରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *