ଟିକଟିକ୍‌ ନେଲା ଜୀବନ :ନଦୀ କୂଳରେ ଟିକଟିକ୍‌ କରୁଥିବା ବେଳେ ପାଣିରେ ବୁଡ଼ି ଜଣେ ମୃତ,

ଜଗତସିଂହପୁର : ପୁଣି ଟିକଟିକ୍‌ ନେଲା ଜୀବନ । ଟିକ୍‌ଟକ୍‌ ଭିଡିଓ ବନାଇବା ବେଳେ ନଦୀରେ ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ୨ ଜଣ ଗୁରୁତର ହୋଇଛନ୍ତି । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ମାଛଗାଁରେ ଘଟିଛି ଏଭଳି ଅଘଟଣ ।

ମଙ୍ଗପୁର ଠାରେ ଥିବା ଦେବୀ ନଦୀ କୂଳରେ ଟିକଟିକ୍‌ କରୁଥିବା ବେଳେ ନଦୀରେ ୩ ନାବାଳିକା ବୁଡ଼ି ଯାଇଥିଲେ । ପାଖରେ ଥିବା କିଛି ଲୋକ ଦେଖିବା ପରେ ସେମାନଙ୍କୁ ଉଦ୍ଧାର କରିଥିଲେ । ସମସ୍ତଙ୍କୁ ଜଗତସିଂହପୁର ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ତେବେ ଡାକ୍ତର ସେଠାରେ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୨ଜଣଙ୍କର ଚିକିତ୍ସା ଆରମ୍ଭ କରିଥିଲେ । ପରେ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସର ଘଟଣାର ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *