ଗଲଓ୍ଵାନ ସଂଘର୍ଷର ୭ ଦିନ ପରେ ମାନିଲା ଚୀନ,ଭାରତୀୟ ସୈନିକ ତାର ମାରିଛନ୍ତି ୨୦ ସୈନିକ

ନୂଆଦିଲ୍ଲୀ:– ଚୀନ ସୋମବାର ଅର୍ଥାତ ଜୁନ ୨୨ରେ ପ୍ରଥମ ଥର ସ୍ଵୀକାର କରିଛି ଯେ, ଗତ ସପ୍ତାହରେ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଘଟିଥିବା ସଂଘର୍ଷରେ ତାର ୨୦ରୁ କମ ସୈନିକ ପ୍ରାଣ ହରାଇଛନ୍ତି। ଭାରତୀୟ ମିଡିଆ ଦ୍ଵାରା ଗୋଟିଏ ଦିନ ପୂର୍ବେ ସୂଚନା ଦିଆଯାଇଥିଲା ଯେ, ଭାରତ ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ)ର ୧୬ ସୈନିକଙ୍କ ଶବ ପ୍ରଦାନ କରିଥିଲେ।

ସଂଘର୍ଷ ପରେ ନୂଆଦିଲ୍ଲୀ ଅନେକ ଦିନ ପୂର୍ବରୁ ଅଧିକାରୀ ଘୋଷଣା କରିଥିଲେ ଯେ, ଲଦାଖର ଗଲଓ୍ଵାନ ଘାଟିରେ ପିଏଲଏ ସହିତ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଛନ୍ତି। ହେଲେ ଚୀନ ତାର ସୈନିକଙ୍କ ମୁତାହତ ବିଷୟରେ ପଦୁଟିଏ ହେଲେ କହିନଥିଲା। ଏହି ଘଟଣାରେ ବେଜିଂ ଏ ପର୍ଯ୍ୟନ୍ତ ନିରବ ରହିଥିଲା। ହେଲେ ବେଜିଂରେ ଚୀନ କମ୍ୟୁନିଷ୍ଟ ପାର୍ଟିର ମୁଖପତ୍ର ଗ୍ଲୋବାଲ ଟାଇମ୍ସ ସୋମବାର ଚୀନ ବିଶେଷଜ୍ଞଙ୍କ ସୂତ୍ରରୁ କହିଛି ଯେ, ହିଂସାତ୍ମକ ସଂଘର୍ଷରେ ସେ ମଧ୍ୟ ନିଜର ଏକ ସୈନ୍ୟ ଅଫିସରଙ୍କୁ ହରାଇଛି। କିନ୍ତୁ ଚୀନ ଏହି ସଂଘର୍ଷରେ ପ୍ରାଣ ହରାଇଥିବା ନିଜ ସୈନିକଙ୍କ ପ୍ରକୃତ ସଂଖ୍ୟା କହିବାକୁ ପଛଘୁଞ୍ଚା ଦେଇଛି। ସଠିକ୍ ସଂଖ୍ୟା କହିଲେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା  ବଢିପାରେ ଏବଂ ସେ ଏମିତି ହେବାକୁ ଦେବ ନାହିଁ ବୋଲି ଗ୍ଲୋବାଲ ଟାଇମ୍ସ କହିଛି।

ଗ୍ଲୋବାଲ୍ ଟାଇମ୍ସ ନିଜର ରିପୋର୍ଟରେ ଏତିକି କେବଳ କହିଛି ଯେ, ଆମର ସୈନିକଙ୍କ ମୃତାହତ ସଂଖ୍ୟା ୨୦ରୁ କମ ହେବ। ଗ୍ଲୋବାଲ ଟାଇମ୍ସ ବିଶ୍ଳେଷକ ଏବଂ ପର୍ଯ୍ୟବେକ୍ଷକଙ୍କ ସୂତ୍ରରୁ କହିଛି ଯେ, ଭାରତୀୟ ଅଧିକାରୀ ନିଜ ନାଗରିକଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚୀନର ମୃତାହତ ସଂଖ୍ୟାକୁ ବଢେଇ ଚଢେଇ କହୁଛନ୍ତି।

ଗ୍ଲୋବାଲ ଟାଇମ୍ସ କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବ ସେନା ପ୍ରମୁଖ ଜେନେରାଲ ଭିକେ ସିଂହଙ୍କ ପୂର୍ବର ଏକ ବୟାନକୁ ମଧ୍ୟ ଉଲ୍ଲେଖ କରିଛି। ଯେଉଁଥିରେ ଶନିବାର ଜୁନ ୧୯ରେ ଭିକେ ସିଂହ ଦାବି କରିଥିଲେ ଯେ, ଗଲଓ୍ଵାନ ଉପତ୍ୟକାରେ ସଂଘର୍ଷରେ ପିଏଲଏ ସୈନିକଙ୍କ ମୃତାହତ ସଂଖ୍ୟା ୪୦ରୁ ଅଧିକ ଥିଲା।

Leave a Reply

Your email address will not be published. Required fields are marked *