ଝୁଲି ଝୁଲି ରଥାରୁଢ଼ ହେବାପାଇଁ ପହଣ୍ଡିରେ କାଳିଆଠାକୁର

ପୁରୀ :-ପ୍ରଥମେ ଚକ୍ରରାଜ ସୁଦର୍ଶନ ଏବଂ ପରେ ବଡ ଭାଇ ବଳଭଦ୍ରଙ୍କ ପରେ ଆରମ୍ଭ ହୋଇଛି ଦେବୀ ସୁଭଦ୍ରାଙ୍କ ପହଣ୍ଡିବିଜେ ନୀତି । ଧାଡି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି ତିନି ଠାକୁର । ଜଗତର ନାଥ ଜଗନ୍ନାଥ ବିଦ୍ୟ ଟାହିଆ ସୁଶୋଭିତ କରି ଜନ୍ମବେଦୀକୁ ଯିବା ପାଇଁ ରତ୍ନବେଦୀରୁ ଓହ୍ଲାଇଆସିଛନ୍ତି ବଡଦାଣ୍ଡକୁ । ହେଲେ ଭାବ ବିନୋଦିଆ ପ୍ରଭୁ ଶ୍ରୀ କାଳିଆଠାକୁରକୁ ପାଖରୁ ଟିକେ ମନଭରି ଦେଖିବାର ସୌଭଗ୍ୟ ଚଳିତ ବର୍ଷ ଆଉ ଭକ୍ତକୁ ମିଳିବ ନାହିଁ । ହେଲେ ବିଶ୍ୱ ନୟନ୍ତା କାଳିଆ ସାଆନ୍ତଙ୍କ ଅପରୂପ ଦର୍ଶନ ଭକ୍ତମାନେ ଘରେ ବସି ରଥଯାତ୍ରାର ସିଧାପ୍ରସାରଣ ଦେଖିପାରିବେ ।ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଶ୍ରୀମନ୍ଦିରରୁ ରଥାରୁଢ଼ ପାଇଁ ଅଣାଯିବା ପରେ ଭଉଣୀ ସୁଭଦ୍ରାଙ୍କୁ ଧାଡି ପହଣ୍ଡିରେ ରୁଢାରୁଢ଼ କରାଯାଇଛି । ଭାଇ ଭଉଣୀଙ୍କ ପହଣ୍ଡି ବିଜେ ପରେ ସବା ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି ।ତେବେ ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡ଼ଠାକୁର  ଝୁଲିଝୁଲି ବାଇଶି ପାହଚ ଦେଇ ଓହ୍ଲାଇ ଆସିବାର ଦୃଶ୍ୟରେ ବିମୋହିତ କରିଛି । ବଳଭଦ୍ରଙ୍କ ପରେ ଶ୍ରୀମନ୍ଦିରରୁ ପହଣ୍ଡିରେ ବାହାରିଥିଲେ ମା ସୁଭଦ୍ରା । ବଡ଼ଭାଇ ବଳଦେବଙ୍କ ପରେ ପରେ ଭଉଣୀ ସୁଭଦ୍ରା ଦେବଦଳନ ରଥରେ ରଥାରୁଢ଼ ପାଇଁ ପହଣ୍ଡିରେ ବାହାରିଥିଲେ । ଶେଷରେ ଶ୍ରୀ ଜଗନ୍ନାଥ, ଅପରୂପା ଶୋଭାର ସମ୍ଭାର, ଦୀନଜନ ଶରଣ ରକ୍ଷଣ ମହାପ୍ରଭୁ ପହଣ୍ଡିରେ ଝୁଲିଝୁଲି ରଥାଆଡକୁ ଅଗ୍ରସର ହୋଇଛନ୍ତି ।

Leave a Reply

Your email address will not be published. Required fields are marked *