ରଥଯାତ୍ରା ବନ୍ଦ କରିବା ନେଇ କ୍ଷୋଭ ପ୍ରକାଶ କଲେ ଶଙ୍କରାଚାର୍ଯ୍ୟ

ପୁରୀ:-ଚଳିତ ବର୍ଷ ରଥଯାତ୍ରାକୁ ସ୍ଥଗିତ ରଖିବା ନେଇ ସୁପ୍ରିମକୋର୍ଟ ନେଇଥିବା ନିଷ୍ପତି ଏବଂ ରାଜ୍ୟସରକାରଙ୍କ କାର୍ଯ୍ୟପନ୍ଥା ଉପରେ କ୍ଷୋଭ ପ୍ରକାଶ କଲେ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ । ମହାମାରୀ କରୋନା ସଂକ୍ରମଣକୁ ନେଇ ରଥଯାତ୍ରା ବନ୍ଦ କରିବା ଲାଗି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନ୍ୟାୟକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ।

ରବିବାର ଏକ ଭିଡିଓ ବାର୍ତ୍ତା ଜାରି କରି ସେ କହିଛନ୍ତି, ଜୁନ୍‌ ୨୦ରେ ରାୟର ପୁର୍ନବିଚାର ପାଇଁ ଏକାଧିକ ପିଟିସନ ଦାଖଲ କରାଯାଇଥିଲା । ସୁପ୍ରିମକୋର୍ଟ ଚାହିଁଥିଲେ ସ୍ବେଚ୍ଛାକୃତ ଭାବେ ଏହି ଆବେଦନ ଗ୍ରହଣ କରିପାରିଥାନ୍ତେ । ବିଶେଷ ପରିସ୍ଥିତିରେ ନ୍ୟାୟାଳୟ ଅବକାଶ ସମୟରେ ମଧ୍ୟ ଚାଲିଥାଏ । କିନ୍ତୁ ରଥଯାତ୍ରା ବନ୍ଦ ପାଇଁ ଏହା ସୁଚିନ୍ତିତ ଯୋଜନା । ଗ୍ରୀଷ୍ମ ଅବକାଶ ପୂର୍ବରୁ ଏଭଳି ରାୟ ଆସିବା ଯୋଜନାକୁ ଏକପ୍ରକାର ସ୍ପଷ୍ଟ କରିଛି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *