ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେଲା ଅମ୍ଫାନ, ପାରାଦୀପ ଠାରୁ ୯୬୦ କିମି ଦୂରରେ ରହିଛି ବାତ୍ୟା

 ଭୁବନେଶ୍ୱର::–ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେଲା ଅମ୍ଫାନ । ଆସନ୍ତା ୨୪ ଘଣ୍ଟାରେ ଏହା ଏକଷ୍ଟ୍ରିମ୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ବର୍ତ୍ତମାନ ସମୟରେ ପାରାଦୀପ ଠାରୁ ୯୬୦ କିଲୋମିଟର ଦୂରରେ ରହିଛି ଅମ୍ଫାନ । ସେହିପରି ଦୀଘା ଠାରୁ ୧୧୧୦ କିଲୋମିଟର ଦୂରରେ ରହିଛି । ଶେଷ ୬ ଘଣ୍ଟାରେ ଅମ୍ଫାନ ୫ କିଲୋମିଟର ବେଗରେ ଗତି କରୁଛି ।ଆସନ୍ତା ୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ଏହା ପଶ୍ଚିମବଙ୍ଗ ସାଗର ଦ୍ୱୀପ ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ । ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇଥିବା ଅମ୍ଫାନ ଧୀରେ ଧୀରେ ଘନୀଭୂତ ହୋଇ ଧୀର ବେଗରେ ଗତି କରୁଛି । ତେବେ ଓଡ଼ିଶାରେ ଏହାର ପ୍ରଭାବ ପଡିବା ସମ୍ଭାବନା ରହିଛି । ବାତ୍ୟା ନେଇ ରାଜ୍ୟ ସରକାର ପ୍ରସ୍ତୁତ ଥିବା ଏସଆରସି କହିଛନ୍ତି ।ଉପକୂଳ ଓ ଉତ୍ତର ଓଡ଼ିଶାରେ ମଧ୍ୟମ ଧରଣରୁ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଉଛି । ୧୨ଟି ଜିଲ୍ଳାକୁ ଆଲର୍ଟ କରାଯାଇଛି । ୪ଟି ଜିଲ୍ଲା ଜଗତସିଂହପୁର, ବାଲେଶ୍ୱର, କେନ୍ଦ୍ରାପଡା ଭଦ୍ରକରେ ଅଧିକ ବିପଦ ରହିଛି । ଜିଲ୍ଳାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାର ତୀକ୍ଷଣ ନଜର ରଖିିଥିବା ଏସଆରସି କହିଛନ୍ତି । ବାତ୍ୟାର ରୂପ ନେଇ ସାରିଥିବା ଅମ୍ଫାନ ପ୍ରଭାବରେ ୧୮ ତାରିଖରୁ ଓଡିଶାରେ ଆରମ୍ଭ ହେବ ବର୍ଷା । ୧୯ ତାରିଖରୁ ପବନର ବେଗ ବଢିବ । 

Leave a Reply

Your email address will not be published. Required fields are marked *