ଭାରତ-ଚୀନ ଯୁଦ୍ଧ କାରଣରୁ ଆଜି ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି ୮୨ ବର୍ଷିୟ ରତନ ଟାଟା,
ଆଜିକାଲି ଭାରତ ଏବଂ ଚୀନ ସୀମାରେ ବହୁତ ଟେନସନ ରହିଛି। ଏହା ସହିତ ଦେଶରେ ଚାଇନାର ଉତ୍ପାଦ ଗୁଡ଼ିକର ବହିଷ୍କାର ଉପରେ ଗୁରୁତ୍ୱ ଦିଆଯାଉଛି | 1962 ମସିହାରେ ଦୁଇ ଦେଶ ମଧ୍ୟରେ କିଛି ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା | ତା’ପରେ ପରିସ୍ଥିତି ବହୁତ ଶୀଘ୍ର ବଦଳି ଯାଇଥିଲା | ଯେଉଁଠାରେ ପୂର୍ବରୁ ହିନ୍ଦୀ ଚାଇନିଜ୍ ଭାଇ-ଭାଇ ସ୍ଲୋଗାନ ଦିଆଯାଇଥିଲା, ସେଠାରେ ହିନ୍ଦୀ-ଚାଇନିଜ୍ ବାଏ-ବାଏ କୁହାଗଲା । ଏଥି ସମୟରେ ଦେଶର ବଡ ବ୍ୟବସାୟୀ ରତନ ଟାଟାଙ୍କ ବିବାହ ବି ହଉ ହଉ ରହିଯାଇଥିଲା । 82 ବର୍ଷୀୟ ରତନ ଟାଟା ଆଜି ପର୍ଯ୍ୟନ୍ତ କୁଆଁରା ଅଛନ୍ତି | ଏକ ସାକ୍ଷାତକାରରେ ସେ କହିଥିଲେ ଯେ ଅନେକ ସୁଯୋଗ ଆସିଥିଲା, କିନ୍ତୁ ପ୍ରତ୍ୟେକ ଥର କିଛି ନା କିଛି କାରଣରୁ ବିବାହ ଅଟକି ଯାଉଥିଲା |
ଚିନର ଝିଅ ସହ ରିଲେସନରେ ଥିଲେ ରତନ ଟାଟା
କିଛି ସମୟ ପୂର୍ବରୁ ଏକ ସାକ୍ଷାତକାରରେ ସେ ଏପରି ଏକ ଉପନ୍ୟାସ ସେୟାର କରିଥିଲେ | ସେ କହିଥିଲେ କି କିପରି ଭାରତ-ଚୀନ୍ ଯୁଦ୍ଧ କାରଣରୁ ସେ ବିବାହ କରି ପାରିଲେ ନାହିଁ । ଏ ହେଉଛି ସେ ଦିନର କଥା ଯେତେବଳେ ରତନ ଟାଟା ଆମେରିକାର ଲସ୍ ଆଞ୍ଜେଲସରେ ରହୁଥିଲେ। ସେହି ସମୟରେ ସେ ଜଣେ ଚାଇନାର ମହିଳାଙ୍କୁ ଡେଟ କରୁଥିଲେ। ମାମଲା ଏତେ ଗମ୍ଭୀର ହୋଇଯାଇଥିଲା ଯେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଦୁଃଖର କଥା ଯେ ଭାରତ ଚୀନ୍ ଯୁଦ୍ଧ ଯୋଗୁ ଏହା ହୋଇପାରିଲା ନାହିଁ।
ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହେଇଯାଇଥିଲା
ସାକ୍ଷାତକାରରେ ରତନ ଟାଟା କହିଛନ୍ତି ଯେ – ସେତେବେଳେ ଜଣେ ଚାଇନାର ଝିଅ ସହ ଲସ ଏଞ୍ଜେଲସରେ ପ୍ରେମ ହେଇଯାଇଥିଲା । ବିବାହ କରିବାକୁ ସେ ନିଷ୍ପତ୍ତି ନେଇଥିଲେ। ଆମର ବିବାହ ପ୍ରାୟ ସ୍ଥିର ହୋଇଯାଇଥିଲା | ସେତେବେଳେ ମୁଁ ଭାବିଲି ଯେ ମୁଁ କିଛି ସମୟ ପାଇଁ ଭାରତ ଆସିବି | ଏହି ବାହାନା ମୋର ଅସୁସ୍ଥ ଜେଜେମା’ର ଯତ୍ନ ନେଇପାରିବି | ସେ ସେ ସେତବେଳେ ଅସୁସ୍ଥ ଥିଲେ। ସେତେବଳେ ମୁଁ ମଧ୍ୟ ସେହି ତାଙ୍କୁ ସାଙ୍ଗରେ ଆଣିବାକୁ ଚାହୁଁଥିଲି ଯାହାକୁ ମୁଁ ବିବାହ କରିବାକୁ ଚାହୁଁଥିଲି | କିନ୍ତୁ ଚାଇନା ଭାରତର ଯୁଦ୍ଧ 1962 ମସିହାରେ ହୋଇଥିଲା | ଏଭଳି ପରିସ୍ଥିତିରେ ଚାଇନାର ଝିଅର ପରିବାର ଲୋକ ତାଙ୍କୁ ଭାରତ ଯିବାକୁ ଦେଇନଥିଲେ। ଏବଂ ଏହିପରି ଆମର ସମ୍ପର୍କ ସମାପ୍ତ ହେଇଯାଇଥିଲା |
ମାତା-ପିତା ଙ୍କର ହେଇଥିଲା ଛାଡ଼ପତ୍ର
ନିଜର ପିଲାଦିନ ବିଷୟରେ ଆଲୋଚନା କରିବା ସହ ରତନ ଟାଟା କହିଛନ୍ତି ଯେ ସେ ସମୟଟି ବହୁତ ଭଲ ଥିଲା। ତେବେ ସେତେବେଳେ ମୋର ପିତା-ମାତା ଙ୍କର ଛାଡପତ୍ର ହୋଇଥିଲା । ଏହି କାରଣରୁ,ମୁଁ ଆଉ ମୋ ବଡ ଭାଇ ବହୁତ ଚିନ୍ତାରେ ଥିଲୁ | ଏହି ବିଷୟକୁ ନେଇ ବିଦ୍ୟାଳୟରେ ଆମକୁ ରାଗିଂ ବି କରାଯାଉଥିଲା | ମୋ ମା ଦ୍ୱିତୀୟ ବିବାହ କରିଦେଇଥିଲେ। ଏପରି ପରିସ୍ଥିତିରେ ସ୍କୁଲ ପିଲାମାନେ ତାଙ୍କ ବିଷୟରେ କିଛି ବି କହିଚାଳନ୍ତି କହିଥା’ନ୍ତି | ତେବେ ମୋ ଜେଜେମା ମତେ ଶିଖାଇ ଥିଲେ ଯେ ଯାହାବି ହେଇଯାଉ ନିଜର ସମ୍ମାନ ବଞ୍ଚାଇକି ରଖିବୁ |