ଲକଡାଉନରେ ବାପା ସବୁଦିନ ଝିଅ ସହିତ କରୁଥିଲେ ଦୁଷ୍କର୍ମ, ଗର୍ଭପାତ ପାଇଁ ଦେଉଥିଲେ ଔଷଧ …

ସାରା ଦେଶରେ ଲକଡାଉନ୍ ଚାଲିଥିଲା। ବାପା ତାଙ୍କ ନାବାଳିକା ଝିଅ ସହିତ ଏକାକୀ ରହୁଥିଲେ। ସବୁଦିନ ମଦ ପିଇକି ନିଜ ଝିଅ ଉପରେ ହିଁ ନଜର ଖରାପ କରୁଥିଲେ | ଦୁଇ ମାସ ଧରି ଚାଲିଥିବା ଏହି ଲକଡାଉନରେ କୌଣସି ଦିନ ଏମିତି ନାହିଁ, ଯେତେବେଳେ ସେ ନିଜ ଝିଅକୁ ବଳାତ୍କାର କରିନାହାଁନ୍ତି | ବଳାତ୍କାର ପରେ ସେ ନିଜ ଝିଅକୁ ଗର୍ଭପାତ ବଟିକା ମଧ୍ୟ ଖାଇବାକୁ ଦେଉଥିଲେ। ‘

ଏହି ଘଟଣା ଶୁଣିବା ପରେ ସମସ୍ତଙ୍କ ହୃଦୟ ବାହାରକୁ ଆସିଯାଇଥିଲା ଯାହା ବାପ ଝିଅର ସମ୍ପର୍କକୁ କଳଙ୍କିତ କରିଦେଇଛି | ଲୋକମାନେ ବିଶ୍ୱାସ କରିନଥିଲେ ଯେ ଜଣେ ପିତା ତାଙ୍କ ନିଜ ଝିଅ ସହିତ ଏହିପରି କିଛି କରିପାରିବେ | ଏହି ନଷ୍ଟ ଅପରାଧ ଉତ୍ତରପ୍ରଦେଶର କାନପୁର ସହରରେ ଘଟିଛି। ଏଠାରେ ଜଣେ ନାବାଳିକା ଝିଅ ନିଜ ବାପାଙ୍କ ଉପରେ ଆରୋପ ଲଗାଇଛନ୍ତି କି ଦୁଇ ମାସର ଲକଡାଉନ ପ୍ରତିଦିନ ସେ ତାଙ୍କର ବଳାତ୍କାର କରିଥିଲେ। ଗର୍ଭପାତ ବଟିକା ମଧ୍ୟ ଦେଇଥିଲେ | ଦୁଷ୍ଟ ପିତାଙ୍କ ଦୈନନ୍ଦିନ ଅତ୍ୟାଚାର କୁ ଝିଅ ସହି ପାରିଲା ନାହିଁ | ଯେମିତି ତାଙ୍କର ଧର୍ଯ୍ୟ ଭାଙ୍ଗିବା ତସେ ସିଧା ନିକଟସ୍ଥ ପୋଲିସ ଷ୍ଟେସନକୁ ଯାଇ ତାଙ୍କ ପିତାଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ନିଶାରେ ଝିଅ ସହ କରୁଥିଲା ଖରାପ କାମ
ଝିଅର ଦ୍ୱାରା ଲଗା ଯାଇଥିବା ଗମ୍ଭୀର ଅଭିଯୋଗ ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଷ୍ଟ ପିତାଙ୍କୁ ଗିରଫ କରିଥିଲା। ଖବର ଅନୁଯାୟୀ, ବାପା ମଦ୍ୟପାନରେ ଅଭ୍ୟସ୍ତ। ସେଥିପାଇଁ ତାଙ୍କ ପତ୍ନୀ ଘର ଛାଡି ଚାଲିଯାଇଥିଲେ । ଅଭିଯୁକ୍ତର 3ଟି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ପତ୍ନୀ ଘରୁ ପଳେଇବା ସମୟରେ ସେ ଦୁଇ ଝିଅ ଏବଂ ଗୋଟିଏ ପୁଅକୁ ସାଙ୍ଗରେ ନେଇଯାଇଥିଲେ। ଅନ୍ୟ ଜଣେ ଝିଅ (ପୀଡିତା) ତାଙ୍କ ପିତାଙ୍କ ସହିତ ରହୁଥିଲେ। ଅଭିଯୋଗର ଖବର ଶୁଣି ପୀଡିତାଙ୍କ ମା ମଧ୍ୟ ପୋଲିସ ଷ୍ଟେସନକୁ ଆସିଥିଲେ।

ନାବାଳିକା ଝିଅ ର ଅଭିଯୋଗ ପରେ ପୋଲିସ ପୋକ୍ସୋ ଆକ୍ଟ, ବଳାତ୍କାର ଏବଂ ଗର୍ଭପାତର ବିଭିନ୍ନ ବିଭାଗ ଅଧୀନରେ ଅଭିଯୁକ୍ତ ବାପାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହା ସହିତ ଝିଅର ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଇଥିଲା। ଧରାପଡ଼ିବା ପରେ ଅଭିଯୁକ୍ତ ପିତା ନିଜକୁ ନିର୍ଦ୍ଦୋଷ ବୋଲି କହିଥଲେ। ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଥିବା ପୋଲିସ କହିଛି। ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେତେବଳେ ବାପା କରିଲେ ଦୁଷକର୍ମ ତ ମା ଦେଇଥିଲେ ସାଥ
ଲକଡାଉନ ସମୟରେ ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ଆଉ ଏକ ମାମଲା ମଧ୍ୟ ଦେଖିବାକୁ ମିଳିଥିଲା। ଏଠାରେ ଝିଅଟି ନିଜ 45 ବର୍ଷର ବାପାଙ୍କ ଉପରେ ଅଭିଯୋଗ କରିଥିଲା ଯେ ସେ ତାଙ୍କୁ ଦୁଇଥର ଲକଡାଉନ ସମୟରେ ବଳାତ୍କାର କରିଥିଲେ। କେବଳ ଏତିକି ନୁହେଁ,ଝିଅଟି ମଧ୍ୟ ଅଭିଯୋଗ କରିଥିଲା ଯେ ମା ଏହା ଜାଣିଛନ୍ତି, ତଥାପି ସେ ଏହି କାର୍ଯ୍ୟକୁ ବନ୍ଦ କରି ନାହାଁନ୍ତି। ବରଂ ସେ ଏହି ଘୃଣ୍ୟ କାର୍ଯ୍ୟରେ ତାଙ୍କ ପିତାଙ୍କୁ ସମର୍ଥନ କରିଥିଲେ | ଏଥିସହିତ ବାପା-ମା ଝିଅର ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଅସ୍ୱୀକାର କରିଛନ୍ତି। ପୋଲିସ ପୁରା ମାମଲାର ତଦନ୍ତ କରୁଛି। ଏହି ଘଟଣା ମେ ମାସର |

Leave a Reply

Your email address will not be published. Required fields are marked *