ଡ୍ରାଗନ ବିରୋଧରେ ଆମେ ସରକାରଙ୍କ ସହ ଦୃଢ ଭାବେ ଅଛୁ, ଯାହା ପଛେ ହେଇ ଯାଉ ଦେଶରେ ଚୀନକୁ ପଶିବାକୁ ଦିଆନଯାଉ: ମମତା

ନୂଆଦିଲ୍ଲୀ:-ଲଦାଖର ଗଲଓ୍ଵାନ ଘାଟିରେ ଚୀନ ସେନା ସହିତ ଭାରତୀୟ ସୈନିକଙ୍କ ରକ୍ତାକ୍ତ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଉପୁଜିଥିବା ଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ନେଇ ଶୁକ୍ରବାର କେନ୍ଦ୍ର ସରକାର ଦ୍ଵାରା ସର୍ବଦଳୀୟ ବୈଠକ ଆୟୋଜିତ ହୋଇଛି। ବୈଠକରେ ତୃଣମୂଳ କଂଗ୍ରେସର ସଭାପତି ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଏହା ଦେଶ ପାଇଁ ଭଲ ସନ୍ଦେଶ ଯେ ଦେଶର ଯବାନଙ୍କ ପାଇଁ ଆମେ ସମସ୍ତେ ଏକଜୁଟ୍ ଅଛନ୍ତି।

ବୈଠକରେ ମମତା ଏହା ଉପରେ ଜୋର ଦେଇଛନ୍ତି ଯେ, ଆମର କିଛିଟା କ୍ଷତି ହେଲେ ବି କୌଣସି ଉଦ୍ୟୋଗରେ ଭାରତରେ ଚୀନର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଉ। ସେ କହିଛନ୍ତି ଯେ, ଚୀନକୁ କୌଣସି ବି ସ୍ଥିତିରେ ସୁରଟରେ ଭାରତର ଦୂରସଞ୍ଚାର, ରେଲଓ୍ଵେ ଓ  ବେସାମରିକ କ୍ଷେତ୍ରରେ ପ୍ରବେଶ ଲାଗି ଅନୁମତି ମିଳିବା ଉଚିତ୍ ନୁହେଁ। ଏଥିରେ ଆମକୁ କିଛିଟା ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ କିନ୍ତୁ ଆମେ ଚୀନକୁ ଆଉ ଦେଶରେ ପଶିବାକୁ ଦେବା ନାହିଁ।

ମମତା କହିଛନ୍ତି, ଚୀନରେ ଗଣତନ୍ତ୍ର ନାହିଁ। ସେଠାରେ ଏକଛତ୍ରବାଦ ଶାସନ ଚାଲିଛି। ସେଠାକାର ସରକାର ତାହା କରନ୍ତି ଯାହା ନିଜେ ଅନୁଭବ କରନ୍ତି। ଅନ୍ୟପଟେ ଆମକୁ ଏକ ସଙ୍ଗେ କାମ କରିବାକୁ ପଡିବ। ଏମିତି ହେଲେ ଭାରତ ଜିତିବ ଏବଂ ଚୀନ ହାରିବ। ଏକତାର ସହିତ କଥା ହେବା ଏବଂ ଏକତାର ସହ ଚିନ୍ତା କରିବା। ଏକତାର ସହ କାମ କରିବା। ଆମେ ଭାରତ ସରକାରଙ୍କ ସହ ରହିଛୁ ବୋଲି ମମତା କହିଛନ୍ତି।

Leave a Reply

Your email address will not be published. Required fields are marked *