ଭୁବନେଶ୍ବରରୁ ପୁଣି ୭ ଜଣ କରୋନା ପଜିଟିଭ

ଭୁବନେଶ୍ବର:-ରାଜଧାନୀରେ ଦିନକୁ ଦିନ ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ। ଗତ ୨୪ଘଣ୍ଟା ମଧ୍ୟରେ ୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ବରରେ କରୋନା ସଂକ୍ରମିତ ସଂଖ୍ୟା ୧୬୫ ଛୁଇଁଥିବା ବେଳେ ୮୩ ଜଣ ସୁସ୍ଥ ହୋଇଛନ୍ତି। ୩ଜଣ ମୃତ୍ୟୁ ଘଟିଛି। ବର୍ତ୍ତମାନ ୭୮ ଜଣ ସଂକ୍ରମିତଙ୍କ ଚିକିତ୍ସା ଚାଲଛି। ଏ ନେଇ ବିଏମସି ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।ଆଜି ଚିହ୍ନଟ ହୋଇଥିବା ୭ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ପୂର୍ବତଟ ରେଳ ବିଭାଗ ୪ଜଣ କର୍ମଚାରୀ ହୋମ କ୍ବାରେଣ୍ଟାଇନ୍‌ରେ ଥିବା ବେଳେ କରୋନାର ପଜିଟିଭ ଚିହ୍ନଟ ହୋଇଛନ୍ତି। ୩ଜଣ ସ୍ଥାନୀୟ ସଂକ୍ରମିତ ମଧ୍ୟ ଚିହ୍ନଟ ହୋଇଛନ୍ତି। ଏବଂ ଜଣେ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛି। ସଂପୃକ୍ତ ସଂକ୍ରମିତଙ୍କ ମଧ୍ୟରୁ ରେଳ ବିଭାଗ ୪ଜଣ ପୁରୁଷ କର୍ମଚାରୀ ଅଟନ୍ତି। ସେମାନଙ୍କ ବୟସ ଯଥା କ୍ରମେ ୩୮,୩୦,୩୪,୩୧ ହୋଇଥିବା ସୂଚନା ଦିଆଯାଇଛି। ଅନ୍ୟ ପଟେ ଚିହ୍ନଟ ହୋଇଥିବା ୩ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ୨ଜଣ ଡୁମୁଡୁମା ହାଉସିଂ ବୋର୍ଡ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ୪୫ ବର୍ଷିୟ ମହିଳା ଥିବା ବେ​ଳେ ଅନ୍ୟ ଜଣେ ୧୦ ବର୍ଷିୟ ନାବାଳକ ରହିଛନ୍ତିି। ଦୁହେଁ ଗଞ୍ଜାମ ଫେରନ୍ତା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ସେହିପରି ୩୧ ବର୍ଷିୟ ମହିଳା ଜଣେ ଘରୋଇ ଡାକ୍ତରଖାନ କର୍ମଚାର କରୋନାରେ ସଂକ୍ରମିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *