ଗଙ୍ଗାରେ ଵିସର୍ଜିତ ହେଲା ସୁଶାନ୍ତ ସିଂହ ରାଜପୁତଙ୍କ ଅସ୍ଥି : ପାଟଣାରେ ହେବ ଶ୍ରାଦ୍ଧ
ପାଟଣା:-ବଲିଉଡ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅସ୍ଥି ଗୁରୁବାର ଦିନ ଗଙ୍ଗାରେ ଵିସର୍ଜିତ କରାଯାଇଛି | ଗୁରୁବାର ଅପରାହ୍ନରେ ପାଟଣା ଗଙ୍ଗା ଘାଟରେ ସୁଶାନ୍ତ ସିଂହଙ୍କ ଅସ୍ଥି ନେଇ ତାଙ୍କ ପରିବାର ସଦସ୍ୟ ଏକ ଡଙ୍ଗାରେ ଯାଇ ଅସ୍ଥି ବିସର୍ଜନ କରିଛନ୍ତି | ସୁଶାନ୍ତ ସିଂହଙ୍କ ଅସ୍ଥି ଦିଘା ଘାଟରେ ବିସର୍ଜନ କରାଯାଇଛି ଯେଉଁଠାରେ ତାଙ୍କ ମାଙ୍କ ର ମଧ୍ୟ ଅସ୍ଥି ବିସର୍ଜନ କରାଯାଇଥିଲା |ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ପାଟଣାରେ ମୁମ୍ବାଇରେ ପହଞ୍ଚିଥିଲେ ତାଙ୍କ ପିତା | ପିତା କେ.କେ.ସିଂହ ପୁଅକୁ ମୁଖାଗ୍ନି ଦେଇଥିଲେ | ବୁଧବାର ଦିନ ପିତାଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ପାଟଣା ଫେରି ଆସିଥିଲେ | ସୁଶାନ୍ତ ସିଂହଙ୍କ ଅସ୍ଥି ବିସର୍ଜନ ତାଙ୍କ ଭଉଣୀ ପ୍ରିୟଙ୍କା ସିଂହ ଓ ରାଣୀ ସିଂହ କରିଛନ୍ତି | ଅସ୍ଥି ବିସର୍ଜନ ସମୟରେ ଡଙ୍ଗାରେ ସୁଶାନ୍ତ ସିଂହଙ୍କ ପିତା ଏବଂ ପଣ୍ଡିତ ମଧ୍ୟ ଉପସ୍ଥିତ ଥିଲେ |
ସୁଶାନ୍ତ ସିଂହ ରାଜପୁତଙ୍କ ଅସ୍ଥି ବିସର୍ଜନ କଥା ଶୁଣି ତାଙ୍କ ପ୍ରଶଂସକ ଗଙ୍ଗା ଘାଟ ଆଡକୁ ଯିବା ଆରମ୍ଭ କରିଥିଲେ | କିନ୍ତୁ ପୋଲିସ ଅଟକାଇ ଦେଇଥିଲା | ଗଙ୍ଗା ଘାଟରେ ପୋଲିସ ସୁରକ୍ଷା ବ୍ୟବସ୍ଥା କରିଥିଲା ଯେପରିକି ତାଙ୍କ ପରିବାରକୁ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ନ ପଡେ | ସୁଶାନ୍ତ ସିଂହଙ୍କ ପରିବାର ସହିତ ଜଡିତ କିଛି ଲୋକେ କହିଛନ୍ତି ଯେ ତାଙ୍କ ଶ୍ରାଦ୍ଧକର୍ମ ପାଟଣାରେ ହେବ |










