ଆକାଶରେ ଡ୍ରାଗନକୁ ଚେକ୍ ଦେବ ଭାରତ: ବାୟୁସେନା କିଣିବ ୧୨ ସୁଖୋଇ ଓ ୨୧ ମିଗ୍-୨୯ ଲଢୁଆ ବିମାନ

ନୂଆଦିଲ୍ଲୀ:-ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦାଖରେ ଉତ୍ତେଜନା ହ୍ରାସ ପାଇବାର ନାଁ ନେଉନାହିଁ । ଏହା ମଧ୍ୟରେ ଭାରତୀୟ ବାୟୁସେନା ନିଜର ଶକ୍ତି ବୃଦ୍ଧି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଭାରତୀୟ ବାୟୁସେନା କେନ୍ଦ୍ର ସରକାରଙ୍କୁ ୧୨ ସୁଖୋଇ, ୨୧ ମିଗ୍ ୨୯ ବିମାନକୁ ଅତିଶୀଘ୍ର କ୍ରୟ କରିବା ପାଇଁ ପ୍ରସ୍ତାବ ପଠାଇଛି ।

ଏହି ପ୍ରସ୍ତାବ ପ୍ରତିରକ୍ଷା ମନ୍ତ୍ରାଳୟକୁ ପଠାଇ ଦିଆଯାଇଛି । ପ୍ରତିରକ୍ଷା ମନ୍ତ୍ରାଳୟ ୫ ହଜାର କୋଟିର ଏହି ପ୍ରକଳ୍ପ ଉପରେ ଆସନ୍ତା ସପ୍ତାହରେ ନିଷ୍ପତ୍ତି ନେବ । ସୂତ୍ରାନୁସାରେ ମିଗ୍ ୨୯ ବିମାନକୁ ଋଷ ମୋଡିଫିକେସନ କରିବ ଓ ଅଧିକ ଉନ୍ନତ କରିବ ।

ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି ଲଢୁଆ ବିମାନକୁ ଅଧିକ ଉନ୍ନତ କରିବା ପାଇଁ ବାୟୁସେନା ପ୍ରସ୍ତାବ ଦେଇଛି ।  ୨୦୧୬ରେ ୩୬ ରାଫେଲ ବିମାନ ବାବଦରେ ଚୁକ୍ତି ହେବା ପରେ ବାୟୁସେନା ଏବେ ୩୩ ବିମାନ ପାଇଁ କହିଛି । ଏହାସହ ଲଢୁଆ ବିମାନ ସମ୍ଭନ୍ଧିତ ସମସ୍ତ ଉପକରମ କ୍ରୟ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଯେଉଁଥିରେ କୌଣସି ବିମାନ ଖରାପ ହେଲେ ଅତିଶୀଘ୍ର ମରାମତି କରାଯାଇ ପାରିବ ।

ପୂର୍ବରୁ କୁହାଯାଉଥିଲା ଯେ, ଲଢୁଆ ବିମାନ କ୍ରୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ବାୟୁସେନା ପାଖରେ ପୂର୍ବରୁ ମଧ୍ୟ ମିଗ୍-୨୯ ବିମାନ ରହିଛି । ନୂଆ ମିଗ୍ ୨୯ରେ ରାଡାର ସହ ଅନ୍ୟ ଆଧୂନିକ ଟେକନିକ୍ ରହିବ ।

Leave a Reply

Your email address will not be published. Required fields are marked *