ଭିଜିଲାନ୍ସ ଜାଲରେ ଟେକ୍ନିକାଲ୍ କନ୍‌ସଲ୍‌ଟାଣ୍ଟ,

ଭଦ୍ରକ :=ସର୍ବଶିକ୍ଷା ଅଭିଯାନର ଟେକ୍ନିକାଲ୍ କନ୍‌ସଲ୍‌ଟାଣ୍ଟଙ୍କ ଘର ସହ ୫ଟି ସ୍ଥାନରେ ଭିଜିଲାନ୍ସ ରେଡ଼ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଭଦ୍ରକ ଜିଲ୍ଲାର ସର୍ବଶିକ୍ଷା ଅଭିଯାନର ଟେକ୍ନିକାଲ୍ କନ୍‌ସଲ୍‌ଟାଣ୍ଟଙ୍କ ବୈଲୋଚନ ପୁହାଣ ଘରେ ରେଡ୍‌ ।

ସୂଚନାଯୋଗ୍ୟ ଯେ, ଭିଜିଲାନ୍ସ ଟିମ୍‌ ପକ୍ଷରୁ ଭଦ୍ରକ ସହରରେ ଥିବା ତାଙ୍କ ଘର , ଚରମ୍ପା ସ୍ଥିତ ପୈତୃକ ଘର , ଶ୍ୱଶୁର ଘର ଓ ଅଫିସ ସମେତ ୫ଟି ସ୍ଥାନରେ ଚଢାଉ ହୋଇଛି । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍‌ । ପୂର୍ବରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା ।ଏହି ଅଭିଯୋଗ ପରେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢ଼ାଉ କରିଥିବା ସୂଚନା ମିଳିଛି । ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଅନ୍ୟାନ୍ୟ କାଗଜପତ୍ର ଭିଜିଲାନ୍ସ ଯାଞ୍ଚ କରୁଥିବା ସୂଚନା ମିଳିଛି । ଭଦ୍ରକ ଭିଜିଲାନ୍ସ ସହ ବାଲେଶ୍ୱର ଭିଜିଲାନ୍ସର ୫ଟି ଟିମ୍‌ ଚଢ଼ାଉରେ ସାମିଲ ହୋଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *